May 2, 2026

Now Odisha

Now Odisha

କାଳବୈଶାଖୀ ର କରାଳ ରୂପ ସାଙ୍ଗକୁ ଗୋଟେ ମାଁ’ର ମମତାର ଏପରି ଏକ ଉଦାହରଣ,

Spread the love

କାଳବୈଶାଖୀ ର କରାଳ ରୂପ ସାଙ୍ଗକୁ ଗୋଟେ ମାଁ’ର ମମତାର ଏପରି ଏକ ଉଦାହରଣ, ଯାହାକୁ ଶବ୍ଦରେ ବାନ୍ଧିବା ଅସମ୍ଭବ । ଗତକାଲି ସଂଧ୍ୟାରେ ମଧ୍ୟପ୍ରଦେଶ, ଜବଲପୁର ର #ବର୍ଗୀ ଡ଼୍ୟାମ ରେ ଘଟିଛି ଏହି ମର୍ମନ୍ତୁଦ, ଛାତିଥରା ହୃଦୟ ବିଦାରକ ଦୁର୍ଘଟଣା । କ୍ରୁଜ୍ ବୋଟ୍ ରେ ବସି ପ୍ରକୃତିକୁ ଉପଭୋଗ କରୁଥିବା ପ୍ରାୟ ୪୦ ଜଣ ଭ୍ରମଣକାରୀ ଶିକାର ହୋଇଛନ୍ତି ହଠାତ୍ ମାଡ଼ି ଆସିଥିବା କାଳବୈଶାଖୀର… ସେଥିମଧ୍ୟରୁ ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଥିବାବେଳେ ଏପର୍ଯ୍ୟନ୍ତ ପ୍ରାୟ ୧୦ ଜଣଙ୍କର ମୃତ ଶରୀର ମଧ୍ୟ ଉଦ୍ଧାର କରାଯାଇଛି। ବାକି ସମସ୍ତ ଯାତ୍ରୀ ଏବେବି ନିଖୋଜ ଅଛନ୍ତି।

କିନ୍ତୁ ଏହି ଭୟଙ୍କର ଦୃଶ୍ୟ ମଧ୍ୟରେ ଜଣେ ମାଆର ପ୍ରେମ ଅମର ହୋଇଗଲା । ସେହି ମାଁ, ଯିଏ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଜ ସନ୍ତାନକୁ ଛାତିରେ ଆଉଜାଇ ରଖିଥିଲେ । ଯିଏ ନିଜ ଜୀବନକୁ ଖାତିର ନକରି କେବଳ ଗୋଟିଏ ଚେଷ୍ଟା କରିଥିଲେ ନିଜ ପିଲାକୁ ସୁରକ୍ଷିତ ରଖିବା ପାଇଁ। ଏହି ଦୁର୍ଘଟଣା ଆମକୁ କନ୍ଦାଇ ଦେଇଛି, କିନ୍ତୁ ସାଙ୍ଗରେ ମମତାର ଏପରି ଏକ ନିଦର୍ଶନ ଦେଖାଇ ଦେଇଛି, ଯାହାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର । ମାଁ’ର ଭଲପାଇବା ସତରେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସାଥୀ ହୋଇ ରହେ । ମାଁ ସବୁବେଳେ ନିଜ ସନ୍ତାନଙ୍କୁ ନିଜଠାରୁ ଉର୍ଦ୍ଧ୍ବରେ ରଖିଥାଆନ୍ତି, ଏହା ପୁଣି ଥରେ ପ୍ରମାଣିତ ହେଲା।

ଈଶ୍ୱର ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ସେମାନଙ୍କ ପରିବାରକୁ ଏହି ଅସୀମ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ॐ ଶାନ୍ତି… 🙏

error: Content is protected !!