May 6, 2026

Now Odisha

Now Odisha

ମାଟ୍ରିକ ପାସ୍ କଲେ ବହୁ ଚର୍ଚ୍ଚିତ ସବୁଠାରୁ କମ ଉଚ୍ଚତା ବିଶିଷ୍ଟ କୁନି ପରୀକ୍ଷାର୍ଥୀ |

Spread the love

କାମାକ୍ଷାନଗର: ପ୍ରକାଶ ପାଇଛି ଚଳିତ ବର୍ଷର ଦଶମ ଶ୍ରେଣୀ HSC ରେଜଲ୍ଟ। ଆଉ ପରୀକ୍ଷାରେ ପାସ ହୋଇଛନ୍ତି ବହୁ ଚର୍ଚ୍ଚିତ ସବୁଠାରୁ କମ ଉଚତା ବିଶିଷ୍ଟ ପରିକ୍ଷାର୍ଥି( ୧୮ ଇଞ୍ଚର ଛାତ୍ରୀ) ସୁନିତା ନାଏକ। ଛାତ୍ରୀ ଜଣଙ୍କ ମହୁଲପାଳ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସୁନିତାଙ୍କ ଘର କାମାକ୍ଷାନଗର ବ୍ଲକ ସାରୁଆଳି ଗ୍ରାମର କଟା ସାହିରେ ।

ସେ ଚଳିତ ବର୍ଷ କାନପୁରା ଗ୍ରାମ ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଇଥିଲେ । ସେଜଣେ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କ ମାଆ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବାରେ ସାହାଯ୍ୟ କରୁଥିଲେ ଏବଂ ତାଙ୍କ ସାନ ଭାଇ ଲେଖିବାର ସାହାଯ୍ୟ କରୁଥିଲେ। ସେ ମୋଟ ୩୦୯ ନମ୍ବର ରଖି “ସି “(C) ଗ୍ରେଡ଼ରେ ପାସ କରିଛନ୍ତି। ସୁନିତାଙ୍କ ସଙ୍କେତରେ ଉତ୍ତର ଲେଖୁଥିବା ତାର ସମ୍ପର୍କିୟ ସାନ ଭାଇ ମଧ୍ୟ ବେସ ଖୁସି ଅଛି।

ବାପ ଛେଉଣ୍ଡ ଭିନ୍ନକ୍ଷମ ଛାତ୍ରଙ୍କ ଦଶମ ଶ୍ରେଣୀରେ ବଡ଼ ସଫଳତା, ରଖିଛନ୍ତି ବଡ଼ ଲକ୍ଷ୍ୟ ଝିଅର ପାସରେ ପୁରା ପରିବାର ଓ ଗ୍ରାମବାସୀ ମଧ୍ୟ ବେସ ଖୁସି ଅଛନ୍ତି। ଯଦିଓ ଉଚ୍ଚ ଶିକ୍ଷା ପାଇଁ ତାଙ୍କର ଇଚ୍ଛା ଅଛି ତେବେ ପାରିବାରରେ ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ପାଠ ପଢ଼ାରେ ଆଗକୁ ବଢିବା ସମ୍ଭବ ପର ହେଉନାହିଁ। ତେଣୁ ସରକାର ଯଦି ତାଙ୍କୁ ପାଠ ପଢାରେ ସାହାଯ୍ୟ ସହଯୋଗ କରିବେ ତେବେ ନିଶ୍ଚିତ ଭାବେ ପାଠ ପଢି ପାରିବେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ସୁନିତାଙ୍କ ବାପା ବିଷ୍ଣୁ ନାଏକଙ୍କର ଆଜକୁ ୧୦ ବର୍ଷ ତଳେ ମୃତ୍ୟୁ ହୋଇ ସାରିଛି। ବାପା ଛେଉଣ୍ଡ ଏହି ଦିବ୍ୟାଙ୍ଗ ଶିଶୁଟିକୁ ମଣିଷ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମାଆ ସଞ୍ଜୁ। ଯଦି କୌଣସି ଅନୁଷ୍ଠାନ କିମ୍ବା ସହୃଦୟ ବ୍ୟକ୍ତି ଅବା ସରକାର ଏହି ୧୮ ଇଞ୍ଚ ଛୁଆକୁ ପାଠ ପଢିବା ପାଇଁ ସହଯୋଗ କରିବେ ତେବେ ସୁନିତା ଉଚ୍ଚ ଶିକ୍ଷା କରି ପାରିବେ ବୋଲି ଆଶା ରଖିଛନ୍ତି।

error: Content is protected !!