ବାଲୁଗାଁ : ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ଜଣକ ବାଣପୁର ଥାନା ବାହାଡାଖୋଲା ଶାନ୍ତିନଗରର ଶଠ ରାଉତରାୟ । ତାଙ୍କ ବୟସ ୮୫ ବର୍ଷ ବୋଲି ଜଣାପଡ଼ିଛି । କଏଦୀ ଜଣକ ବ୍ରହ୍ମପୁର ଏମକେସିଜି ମେଡିକାଲ ଚିକିତ୍ସିତ ହୋଇ ପାଞ୍ଚଦିନ ପରେ ଗତ କାଲି ସନ୍ଧ୍ୟାରେ ଜେଲକୁ ଫେରିଥିଲେ । ଆଜି ସକାଳେ ଶୌଚ କରିବାକୁ ବାଥରୁମ ଯାଇଥିବା ସମୟରେ ସେଠାରେ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ ।
ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବାଣପୁର ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ୨୦୨୪ ମସିହାରୁ ସେ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍