ପୁଲିସ୍ ଯେତେ ସଜାଗ ହେଲେ ମଧ୍ୟ ଭଦ୍ରକ ଜିଲାରେ ଗୋ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଚୋରା ଗୋ ଚାଲାଣକୁ ରୋକିବା ଦିଗରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ କେତେକ ଅସାଧୁ ପୁଲିସ୍ ଅଧିକାରୀଙ୍କ ସହ ଗୋ ମାଫିଆଙ୍କ ମଧୁଚନ୍ଦ୍ରିକା ଏଭଳି ଘଟଣାର ଅନ୍ତ ଘଟାଇ ପାରୁନାହିଁ।
ଗତ ସପ୍ତାହରେ ଭଦ୍ରକ ସହରର ବନ୍ତଛକରେ ଏକ ଗୋରୁ ବୋଝେଇ କାର୍କୁ ଉତ୍ୟକ୍ତ ଲୋକେ ଜାଳିଦେଇଥିବାବେଳେ ପୁଣି ଆଜି ସେହିଭଳି ଘଟଣାର ପୁନରାବୃତି ହୋଇଛି। ଆଜି ଭଦ୍ରକ ସାବରଙ୍ଗ ଥାନା ଅଧୀନସ୍ଥ ଇଚ୍ଛାପୁର ରେଲ୍ୱେ ଗେଟ୍ ନିକଟରେ ଭୋର୍ ୫ ଘଟିକାରେ ୬ଟି ଗୋରୁ ବୋଝେଇ ଏକ ମାରୁତି ଭ୍ୟାନ୍ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ମିର୍ଜାପୁରକୁ ଆସୁଥିଲା। ଏହି ଘଟଣା ପୁଲିସ୍ର ନଜରକୁ ଆସୁନଥିବାବେଳେ ଉତ୍ୟକ୍ତ ଲୋକେ ଉକ୍ତ ଗାଡିଟିକୁ ଅଟକାଇ ସେଥିରେ ଥିବା ୬ଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି। ଏବଂ ଗାଡିଟିରେ ନିଆଁ ଲଗାଇ ଦେବା ଫଳରେ ଗାଡିଟି ସଂପୂର୍ଣ୍ଣ ପୋଡିଯାଇଛି। ତେବେ ସାବରଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବାର ଜଣାପଡିଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍