ଭୁବନେଶ୍ୱର : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିବା ବେଳେ ପିତାପଲ୍ଲୀରେ ମାଡ଼ିବସିଲା ଅବକାରୀ ବିଭାଗ । ଚଢ଼ଉରେ ଜଟଣୀ ଏକ୍ସାଇଜ୍ ଟିମକୁ ମିଳିଛି ବଡ଼ ସଫଳତା । ଆଜି ସକାଳ ପ୍ରାୟ ୭ଟା ସମୟରେ ପିତାପଲ୍ଲୀ ଫ୍ଲାଏଓଭର ନିକଟରେ ଚଢ଼ଉ କରି ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଏହି ଗଞ୍ଜେଇ ଭୁବନେଶ୍ୱରକୁ ଚାଲାଣ ହେଉଥିବା ବେଳେ କାବୁ କରିଥିଲା ଅବକାରୀ ଟିମ୍ ।
ମାମଲାରେ ଆଶୋକ କୁମାର ଦିଗାଲଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ଗଞ୍ଜେଇ ସହ ଏକ ହୁଣ୍ଡାଇ କ୍ରେଟା କାର୍ ମଧ୍ୟ ଜବତ ହୋଇଛି । ଜଟଣୀ ଏକ୍ସାଇଜ୍ ଷ୍ଟେସନ୍ ଓଆଇସି ସୁଜିତ କୁମାର ମୁଦୁଳିଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା ।

More Stories
ଟ୍ରାଫିକ୍ ରେ ମ୍ୟୁଜିକ୍ ମଜା, ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ସିଗ୍ନାଲରେ ବାଜୁଛି ମ୍ୟୁଜିକ |
ବାଣପୁର ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ |
ଗୋରୁ ବୋଝେଇ ମାରୁତି ଭ୍ୟାନ୍କୁ ପୋଡିଦେଲେ ଉତ୍ୟକ୍ତ ଲୋକେ, ୬ ଗୋରୁ ଉଦ୍ଧାର