ନିର୍ବାଚନ ପରିଣାମ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ରଖି ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ସ୍ଵରରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଏହି ପରାଜୟ ପଛରେ ବିଜେପିର ସବୁପ୍ରକାର ଷଡ଼ଯନ୍ତ୍ର ଓ ଉପାୟ ଅବଲମ୍ବନ କରିଛି। ତାଙ୍କ ପାର୍ଟି ନିର୍ବାଚନ ହାରି ନାହିଁ ବରଂ ହରାଇ ଦିଆଗଲା।
ଏହି ଲଢେଇ ବିଜେପି ସହିତ ନ ଥିଲା ବରଂ ନିର୍ବାଚନ ଆୟୋଗ ସହ ଥିଲା।
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମିଶି ନିର୍ବାଚନ ଆୟୋଗଙ୍କ ବ୍ୟବହାର କରି ଆମକୁ ନିର୍ବାଚନରେ ହରାଇଛନ୍ତି। ତଥାପି ସେ ହାର୍ ମାନି ନାହାନ୍ତି। ପୁଣି ସେ ପ୍ରତ୍ୟାବର୍ତ୍ତନ କରିବେ।ଷଡ଼ଯନ୍ତ୍ରର ଅଭିଯୋଗ କରି ମମତା କହିଛନ୍ତି ଯେ, କୋଲକାତାରୁ ଆରମ୍ଭ କରି ଜଙ୍ଗଲମହଲ ପର୍ଯ୍ୟନ୍ତ ସବୁଠି ସ୍ଥିତି ଏକାଭଳି ଥିଲା।

More Stories
ମମତା ବାନାର୍ଜୀଙ୍କୁ ପୁଣି ଏକ ବଡ ଝଟକା, ବୈଠକରେ ପହଞ୍ଚିଲେ କେବଳ ୬ ସାଂସଦ ଏବଂ ୮ ବିଧାୟକ…
କ୍ଷମତାଚୁତ ପରେ ମମତାଙ୍କ ନୂଆ ଚାଲ୍! ସିଜେପି (CJP) କୁ ସମର୍ଥନ |
ସେବା ଓ ସମର୍ପଣର ଦୁଇ ବର୍ଷ |