May 6, 2026

Now Odisha

Now Odisha

ଯାଜପୁରରେ ଖାଦ୍ୟ ବିଷାକ୍ତତା ଘଟଣା: ସପ୍ତାହ ଭରି ସମସ୍ତ ଷ୍ଟ୍ରିଟ୍ ଫୁଡ୍ ଦୋକାନ ବନ୍ଦ |

Spread the love

ଭୁବନେଶ୍ୱର:ଯାଜପୁରରେ ଘଟିଥିବା ଗୁରୁତର ଖାଦ୍ୟ ବିଷାକ୍ତତା ଘଟଣା ପରେ ନଗର ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ସାତ ଦିନ ପର୍ଯ୍ୟନ୍ତ ସମସ୍ତ ଦହିବରା ଦୋକାନ, ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ଓ ଫାସ୍ଟ ଫୁଡ୍ ସେଣ୍ଟରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଶରଥପୁର ଅଞ୍ଚଳରେ ଦୂଷିତ ଖାଦ୍ୟ ସେବନ କରିବା ପରେ ୯୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିବା ଘଟଣା ପରେ ଏହି କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି।

ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ ଖୁଣ୍ଟିଆଙ୍କ ନେତୃତ୍ୱରେ ଗଠିତ ବିଶେଷ ଦଳ କୁସୁମା, ମେଡିକାଲ ସ୍କୋୟାର ଓ ଯୋଡ଼ିକୁଆ ସହ ଅନେକ ଅଞ୍ଚଳରେ ଚଢ଼ାଉ କରିଥିଲେ। ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ କରାଯାଇ ଲ୍ୟାବରେ ପରୀକ୍ଷା ପାଇଁ ପଠାଯାଇଛି।
ପ୍ରଶାସନ ନାଗରିକମାନଙ୍କୁ ଫୁଟା ଜଳ ପାନ କରିବା ସହ ସଫା-ସୁତ୍ରା ରଖିବାକୁ ଅନୁରୋଧ କରିଛି, ଯାହା ଦ୍ୱାରା ଆକ୍ରମଣର ପ୍ରସାର ରୋକାଯାଇପାରିବ।
ଘଟଣାରେ ଅସୁସ୍ଥ ହୋଇଥିବା ଲୋକମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ରୋଗୀମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅସ୍ୱଚ୍ଛ ଓ ନିମ୍ନମାନର ଖାଦ୍ୟ ବିକ୍ରୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସଚେତନ କରିଛି।

error: Content is protected !!