May 6, 2026

Now Odisha

Now Odisha

ଥାନା ପରିସର ପାଲଟିଲା ରଣକ୍ଷେତ୍ର : ଗଛକଟାକୁ ନେଇ ଉତ୍ତେଜନା, ୬ ଅଟକ |

Spread the love

 ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପରିସର ପାଲଟିଲା ରଣକ୍ଷେତ୍ର। ଗ୍ରାମବାସୀ ଓ ପୁଲିସ ମଧ୍ୟରେ ତୁମୁଳ କାଣ୍ଡ। ଉଭୟଙ୍କ ମଧ୍ୟରେ ପିଟାପିଟି ହୋଇଛି।କରଞ୍ଜକଟା ଗ୍ରାମରେ ଗଛ କଟା ଘଟଣା କୁ ନେଇ ଥାନାରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହି ମାରପିଟରେ ଜଣେ ପୁଲିସ ଆହତ ହୋଇଥିବା ବେଳେ ୬ ଜଣଙ୍କୁ ଅଟକ ରଖିଛି ପୁଲିସ ।

ସୂଚନା ଅନୁଯାୟୀ କରଞ୍ଜକଟା ଗ୍ରାମରେ ଗୋଟିଏ ଗଛ କଟାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।କିଛି ବ୍ୟକ୍ତି ଗ୍ରାମର ଗଛ କଟା କୁ ବିରୋଧ କରି ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଥାନାରେ ଏହି ମାମଲାକୁ ଗ୍ରାମବାସୀଙ୍କୁ ବୁଝାସୁଝା କରି ସମାଧାନ କରାଯାଇଥିଲା । ଅଭିଯୋଗ କରିଥିବା ବ୍ୟକ୍ତି ଗ୍ରାମକୁ ଫେରିଯାଇଥିଲେ। ହେଲେ କିଛି ସମୟପରେ ପୁଣି ଅନ୍ୟ ଦୁଇ ଜଣ ବ୍ୟକ୍ତି ଥାନାରେ ଥିବା କର୍ମଚାରୀଙ୍କୁ ଏ ଘଟଣା ନେଇ ପଚରାଉଚରା କରିଥିଲେ। ତେବେ ଥାନାରେ ଥିବା କର୍ମଚାରୀ ସେମାନଙ୍କୁ ଘଟଣା ସମାଧାନ ହୋଇଛି ବୋଲି କହିଥିଲେ । ହେଲେ ସେମାନେ ଥାନା କର୍ମଚାରୀ ଙ୍କ ସହିତ ବଚସା କରିଥିଲେ ଏବଂ ବଚସାରୁ ଉତ୍ତ୍ୟକ୍ତ ହୋଇ ଉଭୟ ଙ୍କ ମଧ୍ୟରେ ହାତାହାତି ଆରମ୍ଭ ହୋଇଥିଲେ । କିଛି ସମୟରେ ପରେ ଅନ୍ୟ କିଛି ବ୍ୟକ୍ତି ଆସି ପୁଲିସ କର୍ମଚାରୀଙ୍କ ସହିତ ମାଡ଼ ପିଟ୍ କରିଥିଲେ। ତେବେ ବର୍ତ୍ତମାନ ପୋଲିସ ୬ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ବ୍ୟକ୍ତି ମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ସେପଟେ ଘଟଣା ସ୍ଥଳରେ ଏସଡିପିଓ ଲରେନ ରାଉତରାୟ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।

error: Content is protected !!