କଳାହାଣ୍ଡି:କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅଞ୍ଚଳରେ ସୋମବାର ମଧ୍ୟରାତ୍ରୀରେ ଘଟିଥିବା ଏକ ଦୁସାହସିକ ଡକାୟତି ଘଟଣାରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଭେଦାନ୍ତ ଟାଉନଶିପ ଗେଟ୍ ନିକଟରେ ବସବାସ କରୁଥିବା ବ୍ୟବସାୟୀ ଆନନ୍ଦ ଅଗରୱାଲଙ୍କ ଘରକୁ ପ୍ରାୟ ରାତି ୨ଟା ସମୟରେ ୬ରୁ ୮ଜଣ ସସ୍ତ୍ରଧାରୀ ଦୁର୍ବୃତ୍ତ ପ୍ରବେଶ କରିଥିଲେ।
ମୁହଁ ଢାକିଥିବା ଏହି ଦୁର୍ବୃତ୍ତମାନେ ଗୁଳିଅସ୍ତ୍ର ଓ ଛୁରୀ ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ଘରେ ଡକାୟତି କରିଥିଲେ। ସେମାନେ ପ୍ରାୟ ୮ ଲକ୍ଷ ଟଙ୍କା ନଗଦ ସହ ଲଗଭଗ ୧୫ ଭରି ସୁନା ଆଭୂଷଣ ଲୁଟି ନେଇ ପଳାଇଥିଲେ।
ଡକାୟତମାନେ ପଳାଇଯିବା ପରେ ପୀଡ଼ିତ ପରିବାର ଚିତ୍କାର କରିବାରୁ ପଡ଼ୋଶୀମାନେ ସଚେତନ ହୋଇଥିଲେ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା। ମଙ୍ଗଳବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୀଡ଼ିତ ଆନନ୍ଦ ଅଗରୱାଲ କହିଛନ୍ତି ଯେ ତାଙ୍କର କାହା ସହ କୌଣସି ଶତ୍ରୁତା ନଥିଲା ଏବଂ ଏପରି ଘଟଣା ଏହି ଅଞ୍ଚଳରେ ପୂର୍ବରୁ କେବେ ଘଟିନଥିଲା।
ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

More Stories
ଆମେ ନିର୍ବାଚନ ହାରି ନାହୁଁ, ମୁଁ ଇସ୍ତଫା ଦେବି ନାହିଁ: ମମତା
ମେ ୮ରୁ ମାଟ୍ରିକ ସପ୍ଳିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ |
ଘର ସିଡି ପାହାଚରୁ ଖସିପଡ଼ିଲେ, ଚାଲିଗଲା ଆଇଟିଆଇ ଛାତ୍ରଙ୍କ ଜୀବନ |