May 7, 2026

Now Odisha

Now Odisha

ବିଜୟଙ୍କୁ ସମର୍ଥନ ଦେବାକୁ ମନାକଲା ଏଆଇଏଡିଏମ୍‌କେ |

Spread the love

ଚେନ୍ନାଇ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଦିନ ତମାମ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବ୍ରେକ। ଥଲାପତି ବିଜୟଙ୍କ ଟିଭିକେଙ୍କୁ ସମର୍ଥନ ଦେବନାହିଁ ଏଆଇଏଡିଏମ୍‌କେ। ଆଜି ଏଡାପ୍ପାଡି କେ. ପାଲାନିସ୍ୱାମୀଙ୍କ ଘରେ ବସିଥିବା ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାପରେ ଦଳ ପକ୍ଷରୁ ଘୋଷଣା କରାଯାଇଛି।

ଅଭିନେତାରୁ ରାଜନେତା ହୋଇଥିବା ଟିଭିକେ ମୁଖ୍ୟ ବିଜୟ ସରକାର ଗଢ଼ିବା ପାଇଁ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି।

ନିଜ ସମର୍ଥନରେ ଥିବା ବିଧାୟକଙ୍କ ତାଲିକା ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଛନ୍ତି। ଏଥିସହ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପ୍ରକାଶ କରିଛନ୍ତି।

ସେପଟେ ଦେଖିବାକୁ ଗଲେ ସରକାର ଗଢ଼ିବା ପାଇଁ ଟିଭିକେ ପାଖରେ ସଂଖ୍ୟା ଗରିଷ୍ଠ ନାହିଁ। ତେଣୁ ସମର୍ଥନ ଦେବା ପାଇଁ ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ ଓ କମ୍ୟୁନିଷ୍ଟ ପାର୍ଟିକୁ ଦଳ ପକ୍ଷରୁ ଅପିଲ କରାଯାଇଥିଲା। ଏହା ପୂର୍ବରୁ ଟିଭିକେକୁ ସମର୍ଥ ଦେବା ପାଇଁ ବିଜୟଙ୍କ ବାପା କଂଗ୍ରେସକୁ ଅପିଲ କରିଥିଲେ। ଆଜି କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଏହା ପରେ ତାତିଛି ଡିଏମ୍‌କେ। କଂଗ୍ରେସ ବିରୋଧରେ ମୋର୍ଚ୍ଚା ଖୋଲିଛି। ଅନ୍ୟପକ୍ଷରେ ଟିଭିକେ ତାର ସମସ୍ତ ୧୦୮ ନବ ନିର୍ବାଚିତ ବିଧାୟକଙ୍କୁ ମହାବଳୀପୁରମର ଚେଙ୍ଗାଲପଟୁରେ ଅବସ୍ଥିତ ଏକ ହୋଟେଲରେ ରଖିଛି।

ତାମିଲନାଡୁରେ ଟିଭିକେ ସର୍ବାଧିକ ସଂଖ୍ୟକ ଆସନ ୧୦୮ ହାସଲ କରିଥିବା ବେଳେ ଡିଏମକେ ୫୯ ଆସନ ପାଇଥିଲା। ସେହିପରି ଏଆଇଏଡିଏମକେକୁ ୪୭ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। କଂଗ୍ରେସ ୫ଟି ଓ ବିଜେପି ଗୋଟିଏ ଆସନ ଜିତିଛି। ଅନ୍ୟ ପାର୍ଟିରୁ ୧୪ ଜଣ ବିଜୟୀ ହୋଇଛନ୍ତି।

ସେପଟେ ଚର୍ଚ୍ଚା ହେଉଥିଲା, ଏଆଇଏଡିଏମ୍‌କେରୁ କିଛି ବିଧାୟକ ଟିଭିକେରେ ସାମିଲ ହେବେ। ସେଥିପାଇଁ ଦଳ ଭିତରେ ମତଭେଦ ଦେଖାଦେଉଛି। ଆଜି ଦିନ ତମାମ ଏନେଇ ଖବର ପ୍ରକାଶ ପାଇବା ପରେ ସନ୍ଧ୍ୟାରେ ଚର୍ଚ୍ଚାର ଅବସାନ ଘଟିଛି। ଟିଭିକେକୁ ସମର୍ଥନ ଦେବନାହିଁ ବୋଲି ଦଳ ସ୍ପଷ୍ଟ କରିଛି।

error: Content is protected !!