କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାନ୍ଧୀ ଛକ ନିକଟରେ ବଡ଼ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଶାଗ ବିକାଳି ବୃଦ୍ଧା ଗୁରୁତର । ଶାଗ ବିକାଳି ବୃଦ୍ଧା ପରିଶ୍ରା କରିବାକୁ ଯିବାବେଳେ ଚଢ଼ିଗଲା ହାଇଓ୍ବା । ଛିଣ୍ଡିଗଲା ବୃଦ୍ଧାଙ୍କ ଡାହାଣ ଗୋଡ଼ । ଗୁରୁତର ବୃଦ୍ଧା ଜଣକ ସିନ୍ଦ୍ରିଗାଁ ପଞ୍ଚାୟତର ତେମାଙ୍ଗି ଗ୍ରାମର ଡପେକି ମଳିକ ହୋଇଥିବା ଜଣାପଡ଼ିଛି ।
ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି । ସୂଚନା ପ୍ରକାରେ ସବୁଦିନ ଭଳି ଆଜି ମଧ୍ୟ ବୃଦ୍ଧା ଜଣକ ଗାନ୍ଧୀ ଛକ ନିକଟରେ ରାସ୍ତା କଡ଼ରେ ବସି ଶାଗ ବିକ୍ରି କରନ୍ତି । ଆଜି ମଧ୍ୟ ସେଠାରେ ବସି ଶାଗ ବିକ୍ରି କରୁଥିଲେ । ପରିଶ୍ରା କରିବାକୁ ଉପଜିଲ୍ଲାପାଳଙ୍କ ବାସଭବନ ରାସ୍ତାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ହାଇଓ୍ବା ବୃଦ୍ଧାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଡାହାଣ ଗୋଡ଼ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ସେପଟେ ଦୁର୍ଘଟଣା ଘଟାଇଥିବା ହାଇଓ୍ବାକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ବାଲିଗୁଡ଼ା ପୋଲିସ୍ ।

More Stories
ମାତ୍ର ଗୋଟିଏ ଭୋଟ ବଦଳାଇଲା ଭାଗ୍ୟ।
ବିଦ୍ୟୁତ୍ ତାର ଚୋରି କରିବା ପଡିଲା ମହଙ୍ଗା , ଜଣେ ଯୁବକ ଗିରଫ
୫୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ୩ ଅଭିଯୁକ୍ତ ଗିରଫ