ସ୍ଵଛପାନୀୟ ଜଳଯୋଗାଣରୁ ବଞ୍ଚିତ


କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଚୌଦ୍ୱାର ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଚଷାପଡା ଗ୍ରାମବାସୀଙ୍କୁ ତୁରନ୍ତ ସ୍ଵଛପାନୀୟ ଜଳ ଯୋଗାଣ ନିମନ୍ତେ ଚୌଦ୍ୱାର-କଟକ ବିଜେଡି ନାରୀନେତ୍ରୀ ଶ୍ରୀମତୀ ରୂପାଲୀ ଲେଙ୍କାଙ୍କ ନେତୃତ୍ବରେ ଏକ ଟିମ ଆଜି କଟକ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ଵାଜଙ୍କୁ ଭେଟି ଏକ ଲିଖିତ ପତ୍ର ଦେବା ସହ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଯଥାଶୀଘ୍ର ବିଭାଗୀୟ ଅଧିକାରୀ ତଦନ୍ତ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ।


error: Content is protected !!