January 25, 2026

Now Odisha

Now Odisha

ରାଜଧାନୀରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର…

Spread the love

— ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବିଏସଏସ ନଗରରେ ଥିବା ଏକ ପୁରାତନ ଇଂରାଜୀ ମିଡିୟମ ସ୍କୁଲ ପରିସର ନିକଟରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଗୁରୁବାର ସକାଳୁ ସ୍କୁଲ ପରିସରରେ ସଫେଇ କର୍ମଚାରୀମାନେ ଅଳିଆ ଆବର୍ଜନା ସଫା କରିବା ବେଳେ ସେଠାରେ ଥିବା ଏକ ଡଷ୍ଟବିନରେ ନବଜାତକର ମୃତ ଦେହ ଦେଖିଥିଲେ । ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସହିଦନଗର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା ।
ପ୍ରଥମେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ସଫେଇ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ହଙ୍ଗାମା କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି ।

error: Content is protected !!