— ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବିଏସଏସ ନଗରରେ ଥିବା ଏକ ପୁରାତନ ଇଂରାଜୀ ମିଡିୟମ ସ୍କୁଲ ପରିସର ନିକଟରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି । ଗୁରୁବାର ସକାଳୁ ସ୍କୁଲ ପରିସରରେ ସଫେଇ କର୍ମଚାରୀମାନେ ଅଳିଆ ଆବର୍ଜନା ସଫା କରିବା ବେଳେ ସେଠାରେ ଥିବା ଏକ ଡଷ୍ଟବିନରେ ନବଜାତକର ମୃତ ଦେହ ଦେଖିଥିଲେ । ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସହିଦନଗର ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା ।
ପ୍ରଥମେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ସଫେଇ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ହଙ୍ଗାମା କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…