ତାମିଲନାଡୁରେ ଗୁରୁବାର ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇପାରେ । ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ଟ୍ରି କାଝଗମ୍ (ଟିଭିକେ) ତାମିଲନାଡୁରେ ସରକାର ଗଢ଼ିବା ଲାଗି ବୁଧବାର ଏହାର ନେତା ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଦାବି ଜଣାଇଛନ୍ତି ।
ସରକାର ଗଠନ ପାଇଁ ଏହି ଦଳ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଯୋଗାଡ଼ କରିଥିବା କହୁଥିବାବେଳେ ରାଜ୍ୟପାଳ ସେଥିରେ ସନ୍ତୁଷ୍ଟ ନ ଥିବା ଏକ ସୂତ୍ରରୁ ଜଣାପଡ଼ିଛି ।
୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୧୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେଉଥିବାବେଳେ ଟିଭିକେ ୧୦୮ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି । କଂଗ୍ରେସ ଏହି ଦଳକୁ ସମର୍ଥନ ଦେବାକୁ ଘୋଷଣା କରିଥିବାବେଳେ ଆବଶ୍ୟକ ସଂଖ୍ୟା ପାଇଁ ଆଉ ୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବାମପନ୍ଥୀ, IUML, ଏବଂ VCK – ଯେଉଁମାନେ ମିଳିତ ଭାବରେ 6ଟି ବିଧାନସଭା ଆସନ ଅଧିକାର କରିଛନ୍ତି – ସେମାନଙ୍କର ସମର୍ଥନ ପ୍ରକାଶ କରିଛନ୍ତି। ତଥାପି, ସେମାନେ ଏପର୍ଯ୍ୟନ୍ତ ଲିଖିତ ଭାବରେ ସେମାନଙ୍କର ସମର୍ଥନ ପାଇଁ ଆନୁଷ୍ଠାନିକ ଭାବରେ ପ୍ରତିଶ୍ରୁତି ଦେଇନାହାଁନ୍ତି।
ଅନ୍ୟ ଦଳ ସମର୍ଥନ କରିବେ ବୋଲି ଟିଭିକେ ନେତା କହିଥିବାବେଳେ ରାଜ୍ୟପାଳ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିଛନ୍ତି । ସମର୍ଥନ ଦେଉଥିବା ବିଧାୟକମାନଙ୍କ ନାମ ଓ ସ୍ବାକ୍ଷର ସମ୍ବଳିତ ଆନୁଷ୍ଠାନିକ ପତ୍ର ଦାଖଲ କରିବାକୁ ବିଜୟଙ୍କ ଦଳକୁ ରାଜ୍ୟପାଳ କହିଛନ୍ତି। ଆବଶ୍ୟକ ସଂଖ୍ୟାକୁ ନେଇ ଅନିଶ୍ଚିତତା ଲାଗିରହିଥିବାରୁ ବିଜୟ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପନ ପାରନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି । ଆବଶ୍ୟକ ସଂଖ୍ୟା ସୁନିଶ୍ଚିତ କରିବାକୁ ଗୋଟିଏ କିମ୍ବା ଦୁଇ ଦିନ ସମୟ ଲାଗିପାରେ ବୋଲି ସୂଚନା ରହିଛି। ରାଜ୍ୟପାଳ ଆର୍ଲେକର ବୁଧବାର ଷୋଡ଼ଶ ବିଧାନସଭା ଭଙ୍ଗ କରିଥିବା ଲୋକ ଭବନ ପକ୍ଷରୁ କୁହାଯାଇଛି ।

More Stories
ମାତ୍ର ଗୋଟିଏ ଭୋଟ ବଦଳାଇଲା ଭାଗ୍ୟ।
ବିଦ୍ୟୁତ୍ ତାର ଚୋରି କରିବା ପଡିଲା ମହଙ୍ଗା , ଜଣେ ଯୁବକ ଗିରଫ
୫୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ୩ ଅଭିଯୁକ୍ତ ଗିରଫ