May 7, 2026

Now Odisha

Now Odisha

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ..

Spread the love

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ ମନ୍ଥନ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ପ୍ରମୁଖ ଚେହେରା:

ଶୁଭେନ୍ଦୁ ଅଧିକାରୀ: ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଭେନ୍ଦୁ ସବୁଠାରୁ ଶକ୍ତିଶାଳୀ ଦାବିଦାର।

ସେ ମମତା ବାନାର୍ଜୀଙ୍କୁ ତାଙ୍କ ନିଜ ଗଡ଼ ଭବାନୀପୁର ଏବଂ ନନ୍ଦୀଗ୍ରାମରେ ପରାସ୍ତ କରି ଏକ ନୂଆ ଇତିହାସ ରଚିଛନ୍ତି।

ଅଗ୍ନିମିତ୍ରା ପଲ: ଭାଜପା ହାଇକମାଣ୍ଡ ବଙ୍ଗଳାରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। ଏହି ଦୃଷ୍ଟିରୁ ଅଗ୍ନିମିତ୍ରା ପଲ ପ୍ରଥମ ପସନ୍ଦ ସାଜିଛନ୍ତି। ସେ ନିକଟରେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଫେରିଛନ୍ତି।

ସମିକ ଭଟ୍ଟାଚାର୍ଯ୍ୟ: ବଙ୍ଗଳା ଭାଜପାର ଅଧିକାଂଶ ନେତାଙ୍କ ପସନ୍ଦ ହେଉଛନ୍ତି ବର୍ତ୍ତମାନର ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ।

ଅନ୍ୟାନ୍ୟ ନାମ: ଦିଲ୍ଲୀପ ଘୋଷ ଏବଂ ବୁଦ୍ଧିଜୀବୀ ଚେହେରା ସ୍ବପନ ଦାସଗୁପ୍ତଙ୍କ ନାମ ମଧ୍ୟ ଏହି ରେସ୍‌ରେ ସାମିଲ ଅଛି।

ବ୍ରିଗେଡ ଗ୍ରାଉଣ୍ଡରେ ହେବ ଶପଥ ଗ୍ରହଣ ଉତ୍ସବ:

ସାଧାରଣତଃ ରାଜଭବନରେ ଶପଥ ଗ୍ରହଣ ଅନୁଷ୍ଠିତ ହେଉଥିବା ବେଳେ ଏଥର ଭାଜପା ଏହାକୁ ଭବ୍ୟ କରିବାକୁ ଯୋଜନା କରିଛି। ମେ’ ୯ (ଶନିବାର), ସକାଳ ୧୦ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୋଲକାତାର ଐତିହାସିକ ବ୍ରିଗେଡ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ଉତ୍ସବରେ ପ୍ରାୟ ୨୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତି ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

ବଙ୍ଗଳା ନିର୍ବାଚନରେ ହିନ୍ଦୁ ଭୋଟରଙ୍କ ସମର୍ଥନ ଭାଜପାକୁ ବଡ଼ ବିଜୟ ଦେଇଛି। ୨୦୭ ଆସନ (ଭୋଟ ପ୍ରତିଶତ – ୪୬%)ରେ ଟିଏମ୍‌ସି, ୧୦୦ରୁ କମ୍‌ ଆସନ (ଭୋଟ ପ୍ରତିଶତ – ୪୧%) ପାଇଛି। ଭାଜପାକୁ ହିନ୍ଦୁ ଭୋଟ ପୂର୍ବାପେକ୍ଷା ୭% ଅଧିକ ମିଳିଥିବା ବେଳେ ମୁସଲିମ ସମୁଦାୟରୁ ମାତ୍ର ୨% ଭୋଟ ମିଳିଛି।

error: Content is protected !!