ଟାଙ୍ଗି: ୫୦ ଲକ୍ଷ ଟଙ୍କାର ଧଳା ଜହର ଜବତ। ୩ ଅଭିଯୁକ୍ତ ଗିରଫ । ଗୋଟିଏ ବୋଲେରୋ ଗାଡ଼ି, ୩ଟି ମୋବାଇଲ ଫୋନ୍ ଓ ନଗଦ ୭୦ହଜାର ଟଙ୍କା ଜବତ କରିଛି ଖୋର୍ଦ୍ଧା ଟାଙ୍ଗୀ ପୋଲିସ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ KTM ମଟରସାଇକେଲ ଓ ସୁନା ଅଳଙ୍କାର ବି ଜବତ ହୋଇଛି । ବେଣୀ ପଥର ଜଙ୍ଗଲ ଭିତରେ ଧଳା ଜହର ବେପାରୀଙ୍କ ଡିଲ ଚାଲିଥିବା ବେଳେ ରେଡ୍ କରିଥିଲା ଟାଙ୍ଗୀ ପୋଲିସ।
ଅଭିଯୁକ୍ତଙ୍କ ଠାରୁ ୫୦ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ବୋଲେରୋ ଗାଡ଼ି, ମୋଟର ସାଇକେଲ, ନଗଦ ଟଙ୍କା ଓ ସୁନା ଜବତ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜେମାଦେଇ ପୁର ଗାଁର ଆକାଶ ସେଠୀ, ବାଲେଶ୍ୱରର ଏସ କେ ଆସରଫ ଓ ସୋର ଅଞ୍ଚଳର ଆତିଶ ରଂଜନ ମାଝୀ । ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି ।
ଅନ୍ୟପଟେ, ବରଗଡ଼ ଜିଲ୍ଲା ଝାରବନ୍ଦ ପୋଲିସକୁ ବଡ଼ ସଫଳତା । ଝାରବନ୍ଧ ଥାନା ସାରଙ୍ଗସିଲି ଛକରେ ଟ୍ରକରେ ଭର୍ତ୍ତି ଗଞ୍ଜେଇ ବସ୍ତାକୁ ଧରିବାରେ ସଫଳ ହୋଇଛି ପୋଲିସ ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍