ବାରଙ୍ଗ : ବିଦ୍ୟୁତ୍ ତାର ଚୋରି କରିବା ପଡିଲା ମହଙ୍ଗା । ତାର ଚୋରି କରିବା ଅଭିଯୋଗରେ ବାରଙ୍ଗ ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ଜଣକ ହେଲେ ଏହି ଥାନା ଅଧୀନସ୍ଥ ଦାଢ଼ାପାଟଣା ମୁଣ୍ଡାସାହିର ଚୈତନ୍ୟ ରାଉତ । ସୂଚନା ମୁତାବକ ଫୁଲପୋଖରୀ ଗାଁ ଶ୍ମଶାନ ନିକଟରେ ଯାଇଥିବା ବିଦ୍ୟୁତ ତାର ଚୋରି ହୋଇଥିବା ନେଇ ବାରଙ୍ଗ ଥାନାରେ ଦୁଇଦିନ ତଳେ ଅଭିଯୋଗ ହୋଇଥିଲା ।
ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଚୈତନ୍ୟ ଚୋରି ବିଦ୍ୟୁତ୍ ତାର ବିକ୍ରି କରିବାକୁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାକୁ ଧରିଥିଲା । ସେଠାରୁ ୫୦ କେଜି ଓଜନର ବିଦ୍ୟୁତ ତାର ଜବତ କରିଛି । ଆଜି ଚୈତନ୍ୟଙ୍କୁ ଗିରଫ କରିବା ସହିତ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଜବତ ବିଦ୍ୟୁତ୍ ତାରର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍