May 9, 2026

Now Odisha

Now Odisha

ଥାଲାପତି ବିଜୟଙ୍କ ଚେତାବନୀ; କ୍ଷମତା ପାଇଁ ଡିଏମକେ-ଏଆଇଏଡିଏମକେ ଏକାଠି

Spread the love

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ହାଇ-ଭୋଲଟେଜ୍ ଡ୍ରାମା ଜାରି ରହିଛି। ରାଜ୍ୟରେ କିଏ ଗଢ଼ିବ ସରକାର, ତାକୁ ନେଇ ଲାଗି ରହିଛି ସସପେନ୍ସ। ଏହାରି ଭିତରେ ଅଭିନେତାରୁ ନେତା ସାଜିଥିବା ଥାଲାପତି ବିଜୟ ଏକ ବଡ଼ ଚାଲ୍ ଖେଳିଛନ୍ତି। ଯାହା ବିରୋଧୀଙ୍କ ନିଦ ହଜାଇ ଦେଇଛି।

ସୂଚନା ଅନୁସାରେ, ଯଦି ଡିଏମକେ କିମ୍ବା ଏଆଇଏଡିଏମକେ ସରକାର ଗଢ଼ିବାକୁ ଦାବି ଜଣାନ୍ତି, ତେବେ ବିଜୟଙ୍କ ଦଳ ‘ଟିଭିକେ’ର ସମସ୍ତ ବିଧାୟକ ନିଜ ପଦରୁ ଇସ୍ତଫା ଦେବେ।

ଦଳ ଭିତରେ ଏଭଳି ଏକ ଚରମ ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।

ଚଳିତ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ବିଜୟଙ୍କ ଦଳ ଟିଭିକେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ସତ, କିନ୍ତୁ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର (୧୧୮) ଛୁଇଁ ପାରିନାହିଁ। ଅନ୍ୟପଟେ କ୍ଷମତା ଦଖଲ କରିବାକୁ ଡିଏମକେ ଏବଂ ଏଆଇଏଡିଏମକେ ଭିତିରିଆ ଗୋଟି ଚାଳନା କରୁଛନ୍ତି। ଏହାକୁ ରୋକିବା ପାଇଁ ବିଜୟ ଏହି ‘ଇସ୍ତଫା ଅସ୍ତ୍ର’ ପ୍ରୟୋଗ କରିବାକୁ ଯାଉଥିବା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

ବିଜୟଙ୍କ ରଣନୀତି ସ୍ପଷ୍ଟ। ସେ କୌଣସି ପରିସ୍ଥିତିରେ ବି ପୁରୁଣା ଦଳଗୁଡ଼ିକୁ ବ୍ୟାକ ଡୋର ଦେଇ କ୍ଷମତାକୁ ଆସିବାକୁ ଦେବେ ନାହିଁ। ଯଦି ଟିଭିକେର ଶତାଧିକ ବିଧାୟକ ଏକାସାଙ୍ଗରେ ଇସ୍ତଫା ଦେଇଦିଅନ୍ତି, ତେବେ ତାମିଲନାଡୁରେ ଏକ ବଡ଼ ସାମ୍ବିଧାନିକ ସଙ୍କଟ ଦେଖାଦେବ। ବିଧାନସଭା ଭଙ୍ଗ ହେବା ସହ ରାଜ୍ୟରେ ପୁଣିଥରେ ସାନି ନିର୍ବାଚନ ହେବାର ପରିସ୍ଥିତି ସୃଷ୍ଟି ହୋଇପାରେ।

ଏବେ ସମସ୍ତଙ୍କ ନଜର ରାଜ୍ୟପାଳ ଏବଂ ଆଗାମୀ କିଛି ଘଣ୍ଟାର ରାଜନୈତିକ ଘଟଣାକ୍ରମ ଉପରେ ରହିଛି। ବିଜୟଙ୍କ ଏହି କଡ଼ା ଆଭିମୁଖ୍ୟ ତାମିଲନାଡୁ ରାଜନୀତିରେ କେଉଁ ନୂଆ ମୋଡ଼ ଆଣୁଛି, ତାହା ଦେଖିବା ବାକି ରହିଲା।

error: Content is protected !!