: କଟକ ସଦର ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ଲଗାତାର ଦୁଇଥର ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଗତ ସାଧାରଣ ନିର୍ବାଚନରେ ଅଳ୍ପ ସଂଖ୍ୟକ ଭୋଟରେ ନବାଗତ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଠାରୁ ହାରି ଯାଇଥିଲେ।
ହେଲେ ହାରିବା ପରଠାରୁ ଚନ୍ଦ୍ର ସାରଥି ଅଭିମାନରେ ନିର୍ବାଚନ ମଣ୍ଡଳୀ ଉପରୁ ମୁହଁ ଫେରାଇ ନେଇଥିଲେ।
କେବଳ ଦଳୀୟ ନିର୍ଦେଶକୁ ବାଧ୍ୟ ବାଧକତାରେ ମାନି ହାତଗଣତି କେତୋଟି ଦଳୀୟ କାର୍ଯ୍ୟକ୍ରମ ଛଡ଼ା ଦଳୀୟ କର୍ମୀଙ୍କୁ ଉପେକ୍ଷା କରିଥିବା ଅଭିଯୋଗ ହୋଇ ଆସୁଥିଲା।ହେଲେ ଗତ ଦୁଇ ଦିନ ତଳେ ରାଜ୍ୟ ବିଜେଡି ସଂଗଠନରେ ଶତାଧିକ ନେତାଙ୍କୁ ଥଇଥାନ କରାଯାଇଥିଲା ବେଳେ ଚନ୍ଦ୍ର ସାରଥି ସେଥିରେ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଥଇଥାନ ହୋଇଛନ୍ତି। ଏଥିରେ ଚନ୍ଦ୍ର ସାରଥି ଙ୍କର ମାନଭଞ୍ଜନ ହୋଇଥିବା ଜଣାପଡିଛି। ଯେଉଁଥିପାଇଁ ଚନ୍ଦ୍ର ସାରଥି ଆଜି ଗୁରୁବାର ଦିନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ଗସ୍ତକରି କର୍ମୀ ମାନଙ୍କୁ ଭେଟିଥିଵା ଜଣାପଡିଛି। ତେବେ ଆଗାମୀ ଦିନରେ ଚନ୍ଦ୍ର ସାରଥି ଙ୍କୁ ବିଜେଡ଼ି କର୍ମୀ ମାନେ କିଭଳି ଭାବେ ଗ୍ରହଣ କରୁଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍