୨୦୨୪ ମସିହାରେ ୨୬ ବର୍ଷୀୟ ମହିଳା ନାଗା(ଛଦ୍ମନାମ) କାମ ଅନ୍ୱେଷଣରେ ଘରୁ ବାହାରିଥିଲେ।
ତାଙ୍କ ସହିତ ଦେଖା ହୋଇଥିଲା ୫୫ ବର୍ଷୀୟ ବିକାଶ ଶ୍ରୀବାସ୍ତବଙ୍କ ସହ। ସେ ହେଉଛନ୍ତି ଜଣେ ପ୍ରାଇଭେଟ ବ୍ୟାଙ୍କର ମ୍ୟାନେଜର। ବିକାଶ ତାଙ୍କୁ ଚାକିରି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେଣୁ ତାଙ୍କ କଥାକୁ ବିଶ୍ୱାସ କରିନେଇଥିଲେ ନାଗା। ତାଙ୍କ ସହିତ ନିୟମିତ କଥା ହେଉଥିଲେ। କଥା ହେଉ ହେଉ କେତେବେଳେ ଉଭୟ ପ୍ରେମରେ ପଡ଼ିଗଲେ କେହି ଜାଣିପାରିଲେ ନାହିଁ। ପରବର୍ତ୍ତୀ ସମୟରେ ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ।
ବିବାହ ପରେ ବିକାଶ ଓ ନାଗା ସ୍ୱାମୀ-ସ୍ତ୍ରୀ ପରି ଏକାଠୀ ରହିଥିଲେ। ହେଲେ ପ୍ରଥମ ପତ୍ନୀଙ୍କ ପାଖକୁ ଗଲେନାହିଁ ବିକାଶ। ଯେଉଁଥିପାଇଁ ବିକାଶ ଓ ତାଙ୍କର ପ୍ରଥମ ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି ମାମଲା ଥାନାକୁ ଯାଇଥିଲା। ଯାହାର ପ୍ରଭାବ ବିକାଶଙ୍କ ପ୍ରଥମ ପତ୍ନୀଙ୍କ ୨୧ ବର୍ଷର ପୁଅ ଅକ୍ଷତଙ୍କ ଉପରେ ପଡ଼ିଲା। ବାପାଙ୍କ ବିବାହକୁ ସେ ସହଜରେ ଗ୍ରହଣ କରିପାରିଲେ ନାହିଁ।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ୨୦୨୫ ନଭେମ୍ବର ଓ ୨୦୨୬ ଏପ୍ରିଲ ୧୦ ତାରିଖରେ ନାଗା ଘରେ ଏକୁଟିଆ ଥିଲେ। ଠିକ୍ ସେତିକି ବେଳେ ଘରେ ପହଞ୍ଚିଥିଲା ଅକ୍ଷତ। ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା। ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲା। ତେଣୁ ସେ ସମ୍ପର୍କରେ କାହାକୁ କହିପାରୁନଥିଲେ।
ତେବେ ସ୍ଥିତି ଅଣାୟତ୍ତ ହେବାରୁ ମନ ଭିତରେ ସାହସ ଜୁଟାଇ ଘଟଣା ସମ୍ପର୍କରେ ସ୍ୱାମୀ ବିକାଶଙ୍କୁ କହିଥିଲେ। ହେଲେ ଚୁପ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ। ଯାହା ନାଗାଙ୍କୁ ଚକିତ କରିଥିଲା। ଅଭିଯୋଗ ଅନୁସାରେ ପୀଡ଼ିତା ଏବେ ୪ ମାସର ଗର୍ଭବତୀ ହୋଇଯାଇଛନ୍ତି। ବାହା ହେଲେ ବାପାଙ୍କୁ, ପୁଅର ଗର୍ଭ ପେଟରେ ବଢ଼ୁଛି ସାବତ ମାଆ ପେଟରେ। ଏପରି ସ୍ଥିତିରେ ପୀଡ଼ିତା କଣ କରିବେ?
ଏନେଇ ପୀଡ଼ିତା ମାନକାପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

More Stories
ମାନସିଂହ ସାହିତ୍ୟ ସଂସଦର ୬୫ ତମ କବିତା ଆସର ଅନୁଷ୍ଠିତ ହୋଇଯାଇଛି।
ରାଜଧାନୀ ଉପକଣ୍ଠରେ ଜଘନ୍ୟ କାଣ୍ଡ ।
ଲାଞ୍ଜିଗଡ଼ ବ୍ଲକ ଦିନିକିଆ ଗସ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ