May 9, 2026

Now Odisha

Now Odisha

ମାନସିଂହ ସାହିତ୍ୟ ସଂସଦର ୬୫ ତମ କବିତା ଆସର ଅନୁଷ୍ଠିତ ହୋଇଯାଇଛି।

Spread the love

ମାନସିଂହ ସାହିତ୍ୟ ସଂସଦ, କୃଷ୍ଣପ୍ରସାଦ  ନନ୍ଦଳା ଠାରେ ହୋଇଥିବା ସଂସଦ ର ୬୫ ତମ କବିତା ଆସର ପୁରୀ ସଂସ୍କୃତି ଭବନ ଠାରେ ହୋଇଯାଇଛି।  ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମହାନ୍ତି ଯୁବ କବି ମାନଙ୍କୁ ସତ୍ୟନିଷ୍ଠ ଭିତରେ କବିତା ଲେଖିବାକୁ ଆହ୍ୱାନ କରିଛନ୍ତି। ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ପ୍ରିୟଦର୍ଶିନୀ ସାହୁ, ରାଧାମୋହନ ପୂଜାହାରି, ଗଗନ ପ୍ରଧାନ, ମନୋଜ ବାରିକ, ସୁମନ୍ତ ସ୍ୱାଇଁ, କଲ୍ୟାଣ ସ୍ୱାଇଁ ଆଦି ସହଯୋଗ କରିଥିଲେ।ମାନସିଂହ ସାହିତ୍ୟ ସଂସଦ ପ୍ରତିବର୍ଷ ଗ୍ରୀଷ୍ମ ଅବସରରେ ପୁରୀ ଠାରେ ଯୁବ ଲେଖକ ସମ୍ମିଳନୀରେ ଏହାର ସମସ୍ତ ଦାୟିତ୍ୱ ପ୍ରତିପାଦାନ କରିବ ବୋଲି ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ।
ବିଷ୍ଣୁ ପ୍ରସାଦ ଦଳେଇଙ୍କ ପୌରହିତ୍ୟି ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଡକ୍ଟର ଦିଲ୍ଲୀପ କୁମାର ସ୍ବାଇଁ , ଚଣ୍ଡେଶ୍ଵର ମହାପାତ୍ର , ପ୍ରଫେସର ସରୋଜିନୀ ବରାଇ , ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ , ଅଧ୍ୟାପକ ସତ୍ୟନାରାୟଣ ଦଳାଇ ଅଦି ବକ୍ତାମାନେ ଯୋଗ ଦେଇ ଓଡ଼ିଆ କାବ୍ୟ ପରମ୍ପରା ସହିତ ସମକାଳୀନ କବିମାନେ ପରିଚିତ ହୋଇ କବିତା ରଚନା କ୍ଷେତ୍ରରେ ନିଜସ୍ୱ ପରିଚୟ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନିଜ ପରମ୍ପରା ସଂସ୍କୃତି ଓ ମାନବୀୟ ସଂଘର୍ଷକୁ କବିତାରେ ରୁପ ଦେଲେ ତାହା ଅଧିକ ପ୍ରାଣବନ୍ତ ହେଇଥାଏ ବୋଲି ବକ୍ତାମାନେ କହିଥିଲେ ।। କବି କବିତା ଓ କାବ୍ୟଭୂମି ଶୀର୍ଷକରେ ଏକ ଏକ ଦିବସୀୟ କବିକର୍ମଶାଳା ଓ କବିତା ପାଠୋତ୍ସବରେ ପୁରୀ ଠାରେ ରାଜ୍ୟର ଶତାଧିକ ଯୁବକବି ମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା।
‎ପୁରୀ ରୁ କୈଳାଶ ଚନ୍ଦ୍ର ପଟନାୟକ ଙ୍କ ରିପୋର୍ଟ ନାଓ ଓଡିଶା ନ୍ୟୁଜ

error: Content is protected !!