May 9, 2026

Now Odisha

Now Odisha

ରାଜଧାନୀ ଉପକଣ୍ଠରେ ଜଘନ୍ୟ କାଣ୍ଡ ।

Spread the love

ରାଜଧାନୀ ଉପକଣ୍ଠରେ ଜଘନ୍ୟ କାଣ୍ଡ । ଯୁବତୀଙ୍କୁ ଅସଦାଚାରଣ ଅଭିଯୋଗରେ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଲେ ଲୋକେ । ମୃତ ଯୁବକ ଓଲଟପୁର ଥାନା ମଉଜପୁର ଗାଁ ର ସୌମ୍ୟ ରଞ୍ଜନ ସ୍ଵାଇଁ ।
ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ଜଘନ୍ୟ କାଣ୍ଡ । ଭିଜୁଆଲ ଦେଖନ୍ତୁ ଜଣେ ଯୁବକଙ୍କୁ କିପରି ଗୋରୁଗାଈ ପରି ପିଟୁଛନ୍ତି । ଅଭିଯୋଗ ହେଉଛି ୨ ଜଣ ଯୁବତୀଙ୍କୁ ଏହି ଯୁବକ ଏବଂ ଜଣେ ସହଯୋଗୀ ଆକ୍ରମଣ ସହ ଅସଦାଚରଣ କରିବା । ଏଥିରେ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ପିଟିପିଟି ଓଲଟପୁର ଥାନା ମଉଜପୁର ଗାଁ ର ସୌମ୍ୟ ରଞ୍ଜନ ସ୍ଵାଇଁଙ୍କୁ ମାରି ଦେଇଛନ୍ତି । ସୌମ୍ୟ ରଞ୍ଜନ GR P ରେ କାର୍ଯ୍ୟରତ ଥିଲେ । ଖବର ପାଇ ବାଲିଅନ୍ତା ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ୨ ଯୁବକଙ୍କୁ ଉଦ୍ଧାର କରିଥିଲେ । ଜଣେ ସୌମ୍ୟ ରଞ୍ଜନ ଏବଂ ଅନ୍ୟ ଜଣେ ଓମ ପ୍ରକାଶ ମହାନ୍ତି । ଗୁରୁତର ସୌମ୍ୟ ରଞ୍ଜନ ଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

error: Content is protected !!