ଭୁବନେଶ୍ଵର : ବିଦ୍ୟାଳୟରେ ଭଗବତ୍ ଗୀତା ପାଠ କରିବେ ଛାତ୍ରଛାତ୍ରୀ। ଆଜି ବିଧାନସଭାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ଗୁଡିକରେ ଧାର୍ମିକ, ନୈତିକ ଓ ବୌଦ୍ଧିକ ବିଚାରର ବିକାଶ ପାଇଁ ଶ୍ରୀମଦ୍ ଭଗବତ୍ ଗୀତାର ପଠନ ଓ ମହତ୍ତ୍ଵର ଚର୍ଚ୍ଚା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ସିତାଂଶୁ ଶେଖର ମହାପାତ୍ର। ଏହାର ଉତ୍ତର ଦେବାକୁ ଯାଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଛି। ବିଦ୍ୟାଳୟରେ ନିଜ ବିଷୟ ବସ୍ତୁ ସହ ଛାତ୍ରଛାତ୍ରୀମାନେ ଭଗବତ ଗୀତା ପାଠ କରିବେ।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ