କଟକ, ୧୯।୯: ବିଜେଡିର ବଡ଼ ନେତାଙ୍କୁ ଉଠାଇ ନେଇଛି EOW। ବିଜେଡିର ପ୍ରମୁଖ ନେତା ଏବଂ ନିମାପଡ଼ା ବିଧାନସଭା ଆସନରେ ପାର୍ଟିର ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ଆଜି ଆର୍ଥିକ ଅପରାଧ ପୁଲିସ (EOW) ଉଠାଇନେଇଛି। କଟକ ଜିଲାର ବାଦାମବାଡ଼ି ଅଞ୍ଚଳସ୍ଥିତ ତାଙ୍କ ନିବାସରେ EOWର ଦଳ ରେଡ ଚଢ଼ାଇ ପଚରାଉଚରା ଓ କାଗଜପତ୍ର ଯାଞ୍ଚ କରିବା ପରେ ସେମାନେ ନାୟକଙ୍କୁ ଆତ୍ମସମର୍ପଣ କରାଇ ନେଇଛନ୍ତି।
ସୂଚନା ମୁତାବକ ଅନୁଯାୟୀ, ଦିଲ୍ଲୀପ ନାୟକଙ୍କ ବାଦାମବାଡି ଘରେ ରେଡ ପରେ EOW ତାଙ୍କୁ ଉଠାଇନେଇଛି। ତେବେ ତାଙ୍କ ଘରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଖୋଳତାଡ ଚାଲିଥିଲା। ତାଭ୍କୁ ପଚରାଉଚରା ଓ କାଗଜପତ୍ର ଯାଞ୍ଚ ପରେ ତାଙ୍କୁ EOW ଉଠାଇନେଇଛି।
ଦିଲ୍ଲୀପ ନାୟକ ଓଡ଼ିଶାର ରାଜନୀତିରେ ଏକ ପ୍ରଭାବଶାଳୀ ନାମ। ସେ ନିମାପଡ଼ା ଆସନରେ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ଥିଲେ। ଏହାପୂର୍ବରୁ ସେ କଟକ ଜିଲଲ୍ଲାରେ ବିଜେଡିର ଏକ ମୁଖ୍ୟ ନେତା ଭାବେ ପରିଚିତ ଥିଲେ। ୨୦୨୪ ଏପ୍ରିଲରେ ଦିଲ୍ଲୀପ ନାୟକ ଶତାଧିକ ଭାଜପା କର୍ମକର୍ତ୍ତାଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |