ଇମ୍ପାଲ୍- ମଣିପୁରରେ ଆସାମ ରାଇଫଲ୍ର ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ ଦୁଇଜଣ ଜବାନ୍ ସହିଦ୍ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ପ୍ରାୟ ସନ୍ଧ୍ୟା ୫ଟ୫୦ ସମୟରେ ଏହି ଘଟଣା ଘଟିଥିଲା ।
ଆସାମ୍ ରାଇଫଲ୍ର ଜବାନମାନେ ବିଷ୍ଣୁପର ଜିଲ୍ଲାରେ ଗସ୍ତ କରୁଥିବା ବେଳେ ଏହି ଘଟଣା ଘଟିଥିବା ମଣିପୁର ପୁଲିସସ ପକ୍ଷରୁ କୁହାଯାଇଛି। ଇମ୍ଫାଲ୍ରୁ ବିଷ୍ଣୁପୁରକୁ ଏହି ଜବାନମାନେ ଯାଉଥିବା ବେଳେ ସେମାନଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିଲା । ଆହତମାନଙ୍କୁ ସ୍ଥାନୀୟ ବିଷ୍ଣୁପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

More Stories
ସୁରକ୍ଷା ବାହିନୀ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଏକ ବଡ଼ ସଫଳତା
ଓଡିଶା ସରକାରଙ୍କର ବଡ଼ ନିଷ୍ପତି : ରାଜ୍ୟ ହେବ ତମ୍ବାଖୁ ମୁକ୍ତ
ସରକାରୀ ନିୟମକୁ ଫୁ’ : ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ର ପାଚେରୀ ନିର୍ମାଣରେ ବ୍ୟାପକ |