ଇମ୍ପାଲ୍- ମଣିପୁରରେ ଆସାମ ରାଇଫଲ୍ର ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ ଦୁଇଜଣ ଜବାନ୍ ସହିଦ୍ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ପ୍ରାୟ ସନ୍ଧ୍ୟା ୫ଟ୫୦ ସମୟରେ ଏହି ଘଟଣା ଘଟିଥିଲା ।
ଆସାମ୍ ରାଇଫଲ୍ର ଜବାନମାନେ ବିଷ୍ଣୁପର ଜିଲ୍ଲାରେ ଗସ୍ତ କରୁଥିବା ବେଳେ ଏହି ଘଟଣା ଘଟିଥିବା ମଣିପୁର ପୁଲିସସ ପକ୍ଷରୁ କୁହାଯାଇଛି। ଇମ୍ଫାଲ୍ରୁ ବିଷ୍ଣୁପୁରକୁ ଏହି ଜବାନମାନେ ଯାଉଥିବା ବେଳେ ସେମାନଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିଲା । ଆହତମାନଙ୍କୁ ସ୍ଥାନୀୟ ବିଷ୍ଣୁପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…