ଲହୁଣୀପଡା : ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ବରସୁଆଁକୁ ବିଶ୍ବକର୍ମା ପୂଜା ମେଳା ବୁଲିବାକୁ ଆସିଥିବା ଜଣେ ନାବାଳିକାକୁ କିଛି କାମାନ୍ଧ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ମେଳା ବୁଲିବାକୁ ଆସିଥିବା ନାବାଳିକା ଏବଂ ତାଙ୍କ ସାଙ୍ଗ ଗାଁକୁ ଫେରିବା ପାଇଁ ଗାଡ଼ି ପାଇ ନ ଥିଲେ । ଅସହାୟତାର ସୁଯୋଗ ନେଇ ସେମାନଙ୍କୁ ଗାଁରେ ଛାଡ଼ିଦେବାର ଏହି କାମାନ୍ଧମାନେ ପ୍ରତିଶ୍ରୁତି ଦେଇଥିଲେ । ଏକ ବୋଲେରୋରେ ନାବାଳିକାମାନଙ୍କୁ ନେବାପରେ ଜଣଙ୍କୁ ଜଙ୍ଗଲ ଭିତରକୁ ନେଇ ଗଣ ବଳାତ୍କାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ ଜଣେ ଏମାନଙ୍କ କବଳକୁ କୌଣସି ମତେ ଖସି ଯାଇ ଏ ବିଷୟରେ ନିକଟସ୍ଥ ଏକ ଗାଁରେ ଖବର ଦେଇଥିଲେ ।
ସୂଚନା ଅନୁସାରେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ପଞ୍ଚାୟତ ଅଞ୍ଚଳର ଦୁଇଜଣ ନାବାଳିକା ଗତ ୧୭ତାରିଖ ଦିନ ଟ୍ରେନ ଯୋଗେ ବିମଳାଗଡ଼ରୁ ବରସୁଆଁ ବିଶ୍ବକର୍ମା ପୂଜା ମେଳା ଦେଖିବା ପାଇଁ ଯାଇଥିଲେ। ମେଳା ବୁଲିବା ଭିତରେ ଫେରିବା ଟ୍ରେନ ପଳେଇଯାଇଥିଲା। ଫଳରେ ଘରକୁ ଫେରିବା ପାଇଁ ନାବାଳିକା ଦୁଇଜଣ ଚିନ୍ତାରେ ପଡ଼ିଥିଲେ। ଏହି ସମୟରେ ନାବାଳିକା ଦୁଇଜଣଙ୍କ ସମ୍ପର୍କୀୟଙ୍କ ସହ ଭେଟ ହୋଇଥିଲା । ସେ ଏକ ବୋଲେରୋ ଯୋଗେ ଛାଡ଼ିଦେବା ପାଇଁ ବ୍ୟବସ୍ଥା କରିବା ସହ ତାଙ୍କ ସହ ଦୁଇଜଣ ଯୁବକଙ୍କୁ ମଧ୍ୟ ପଠାଇଥିଲେ, କିନ୍ତୁ ଏହି ପଠାଇବା ଖବର କୌଣସିମତେ ଜାଣିବା ପରେ ବରସୁଆଁ ଅଞ୍ଚଳରେ ରହୁଥିବା କେନ୍ଦୁଝର ଜିଲା କାଞ୍ଜିପାଣିର ଇମିରି ଗ୍ରାମର ସ୍ବର୍ଗତ ବିମଳ ସରେନର ପୁଅ ଅନୀଲ ସୋରେନ(୨୫) ଏବଂ ବରସୁଆଁର ଭଗବାନ ବୋଦ୍ରାର ପୁଅ ସୋମା ବୋଦ୍ର(୩୦)ମଧ୍ୟ ତାଙ୍କ ସହ ବୋଲେରୋରେ ଯାଇଥିଲେ। ବାରସୁଆଁ ଓ ବିମଳାଗଡ଼ ଯିବା ରାସ୍ତାର ଅନ୍ତେଇ ଜଙ୍ଗଲରେ ସୋମା ଓ ଅନୀଲ ଜୋରଜବରଦସ୍ତ ଗାଡ଼ିକୁ ଅଟକ ରଖି ନାବାଳିକା ଦୁଇ ଜଣଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଯିବା ପାଇଁ ଚେଷ୍ଟା କରୁଥିଲାବେଳେ ଉକ୍ତ ଦୁଇଜଣ ଯୁବକ ବିରୋଧ କରିବାରୁ ସେମାନଙ୍କୁ ବୋଲେରୋ ଚାଳକ ସହ ମିଶି ମାରପିଟ କରିଥିଲେ । ଏହାସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |