ଦିବାରାତ୍ର କ୍ରିକେଟ ଉଦଯାପିତ ଖଣ୍ଡୁଆଳମୁଣ୍ଡାକୁ ହରାଇ ସରାଙ୍ଗ ଟିମ୍ ଚାମ୍ପିଅନ


ଢେଙ୍କାନାଳ:(ନିର୍ମଳ ଗଡ ନାୟକ):- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବୃନ୍ଦାବନପୁର କ୍ରିକେଟ କ୍ଲବ ଆନୁକୁଲ୍ୟରେ ୨ ଦିନ ଧରି ଚାଲିଥିବା ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଛୋଟ ପ୍ଲେ ଗ୍ରାଉଣ୍ଡ ଓ ନୂଆ ଫର୍ମାଟ ନିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା ।ଓମ୍ ଗୃଫର ପ୍ରୋପାଇଟର ବନଲତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଆୟୋଜିତ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦଘାଟିତ କରିଥିଲେ ।ଗୁରୁବାର ଦୁଇଟି ସେମିଫାଇନାଲ କରାଯାଇ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।୬ ଓଭର ବିଶିଷ୍ଟ ପ୍ରଥମ ସେମିଫାଇନାଲ ଜହ୍ନାପଡ଼ା ଓ ଖଣ୍ଡୁଆଳମୁଣ୍ଡା ମଧ୍ୟରେ ଓ ଦ୍ଵିତୀୟ ସେମିଫାଇନାଲ ସରାଙ୍ଗ ଇଲେଭେନ ଓ ସରାଙ୍ଗ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥି ମଧ୍ୟରୁ ଖଣ୍ଡୁଆଳମୁଣ୍ଡା ଓ ସରାଙ୍ଗ ଇଲେଭେନ ଟିମ୍ ଫାଇନାଲରେ ପ୍ରବେଶ କରିଥିଲେ । ୮ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ସରାଙ୍ଗ ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୫ ୱିକେଟ ହରାଇ ୯୭ ରନ ସଂଗ୍ରହ କରିଥିବା ବେଳେ ଏହାର ଜବାବରେ ଖଣ୍ଡୁଆଳମୁଣ୍ଡା ଟିମ୍ ୮ ଓଭର ଶେଷ ସୁଦ୍ଧା ୫ ୱିକେଟ ହରାଇ ୫୯ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ ।ଯାହା ଫଳରେ ସରାଙ୍ଗ ଟିମ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲେ।ଉଦଯାପନୀ ସମାରୋହରେ ଓମ୍ ଗୃଫର ପ୍ରୋପାଇଟର ବନଲତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେଡ଼ି ଦଳର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ସେହିପରି ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ଲକ ଛାତ୍ର ବିଜେଡ଼ି ସଭାପତି ପ୍ରିୟଜିତ୍ ସାମଲ ଓରଫ ମିଥୁନ ,ସରପଞ୍ଚଙ୍କ ପ୍ରତିନିଧି ଜିତେନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଅବସର ପ୍ରାପ୍ତ ଶିକ୍ଷକ ମାଧବାନନ୍ଦ ଦାସ , ବିଜୟ କୁମାର ଦାସ ,ନିରାକାର ଦାସ ,ବିନୟ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ରନର୍ସ ଦଳକୁ ଶ୍ରୀ ପ୍ରଧାନ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିବା ବେଳେ ଚାମ୍ପିଅନ ଦଳକୁ ମୁଖ୍ୟ ଅତିଥି ବନଲତା ମହାନ୍ତି ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ। ଦୀପକ ଓ ଜଗା ଖେଳ ପରିଚାଳନା କରିଥିବା ବେଳେ ସିକୁନ ଧାରାବିବରଣି ଓ ସୁମନ ସ୍କୋରର ଦାୟିତ୍ଵ ନିର୍ବାହ କରିଥିଲେ । ସରାଙ୍ଗ ଇଲେଭେନ ଟିମର ଦେବୀପ୍ରସାଦ ମ୍ୟାନ ଅଫ ମ୍ୟାଚ୍ ବିବେଚିତ କରାଯାଇ ଓମ୍ ଗୃଫ ପକ୍ଷରୁ ପୁରସ୍କୃତ କରାଯାଇଥିବା ବେଳେ ପରାଜିତ ଖଣ୍ଡୁଆଳମୁଣ୍ଡା ଟିମର ପ୍ରବୋଧଙ୍କୁ ସତ୍ୟମ୍ ପାର୍ଲେସ ପକ୍ଷରୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରିଥିଲେ । ଆୟୋଜକ କ୍ଳବର ସିଲୁ, ନାନୁ, ବବୁଲ, ଶିକୁନ, ସୁମନ , ଜଗା, ବାପୁନଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ପ୍ରଥମ ବର୍ଷର ଟୁର୍ଣ୍ଣାମେଣ୍ଟକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିଥିଲେ । ହୋଣ୍ଡା ଶୋ ରୁମର ମ୍ୟାନେଜର ମନୋଜ କୁମାର ଦାସ ଓରଫ ମଣ୍ଟୁ ଙ୍କ ତତ୍ବାବଧାନ ଓ ୱାର୍ଡ ସଭ୍ୟ ଅମରେନ୍ଦ୍ର ଦାସଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିଲା। ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ ।


error: Content is protected !!