May 27, 2026

Now Odisha

Now Odisha

ଭୁବନ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର |

Spread the love

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାର ମୋଟ ୯୫ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏହିମଧ୍ୟରୁ ୯୨ଟି ବ୍ୟକ୍ତିଗତ ଏବଂ ୩ଟି ସାମୁହିକ ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୨ଜଣଙ୍କୁ ରେଡକ୍ରସ ଏବଂ ୪ଜଣଙ୍କୁ ମୂଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ପାଣ୍ଠିରୁ ୧ଲକ୍ଷ ୫୫ହଜାର ଟଙ୍କା ସହାୟତା ଯୋଗାଇ ଦେବାସହ ୯ଟି ଅଭିଯୋଗର ସମାଧାନ କରାଯାଇଥିଲା। ଗତ ୨ ଦିନ ପୂର୍ବରୁ ଭୁବନ ୱାର୍ଡ ନମ୍ବର 7 ର ନାବାଳିକାକୁ ପଡୋଶୀ ତତଲା ଚା ଫୋପାଡ଼ି ଦେଇଥିଲେ। ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ହସ୍ତକ୍ଷେପ ପରେ ୨ ନାବାଳିକାଙ୍କୁ ଶିଶୁ କଲ୍ୟାଣ ସମିତିକୁ ପଠା ଯାଇଥିବା ବେଳେ ଆବାସ ଯୋଜନା ପାଇଁ ଜିଲ୍ଲାପାଳ ନିର୍ବାହୀ ଅଧିକାରୀ ଙ୍କୁ ତାଗିଦ କରିଥିଲେ। ୨ ନାବାଳିକାଙ୍କ ନାମ ରାସନ କାର୍ଡ ତାଲିକାରେ ସଂଯୋଗ କରାଯାଇଥିଲା। କାଳିବଜାରରେ ନିର୍ମାଣ ହେଉଥିବା ଦୋକାନ ଘର ଗୁଡିକ ଯୋଗୁଁ ଟ୍ରାଫିକ ସମସ୍ୟା କୁ ନିରାକରଣ, ପୁରୁଷୋତ୍ତମପୁର ପାର୍କ ର ଉର୍ନତିକରଣ, ରେଙ୍ଗାଲି କେନାଲ ର ଅସପୂର୍ଣ୍ଣ କାର୍ଯ୍ୟ କୁ ସପୂର୍ଣ୍ଣ କରିବା, ଏକତାଳି ଗ୍ରାମ୍ୟ ରାସ୍ତାରୁ ଜବର ଦଖଲ ଉଛେଦ, ଜାତୀୟ ରାଜପଥ 53 ଯୋଗୁଁ କ୍ଷତିଗ୍ରସ୍ତ ବାସୁଦେବପୁର ଗ୍ରାମର ଜେନା ପରିବାର ଙ୍କୁ ଆର୍ଥିକ ସହାୟତା, ଚିନରା ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟ ଶେଷ କରିବ ଆଦି ବହୁ ସମସ୍ୟା ସଂପର୍କ ରେ ଅଭିଯୋଗ ହୋଇଥିଲା। ଉପଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି, ସିଡିଏମ ଓ ସିଡିଭିଓଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର କର୍ମଚାରୀ ମାନେ ଯୋଗ ଦେଇଥିଲେ।

error: Content is protected !!