January 25, 2026

Now Odisha

Now Odisha

ବିଶ୍ୱକର୍ମା ପୂଜା ଦେଖି ଫେରୁଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ

Spread the love

ନାବାଳିକାକୁ ଟେକି ନେଇ ଜଙ୍ଗଲରେ ଦୁଷ୍କର୍ମ। ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖାଦେଇଛି।ବଲାଙ୍ଗ ଅଞ୍ଚଳରୁ ବରସୁଆଁକୁ ବିଶ୍ୱକର୍ମା ପୂଜା ଦେଖିବାକୁ ଯାଇ ଫେରୁଥିବା ସମୟରେ ନାବାଳିକାଙ୍କ ସାଥୀମାନଙ୍କୁ ଭୟଭୀତ କରି ନାବାଳିକାଙ୍କୁ ଟେକି ନେଇଥିଲେ ଦୁଇଜଣ ଯୁବକ। ଏଥିନେଇ ପୀଡିତାଙ୍କୁ ପାଇବା ପରେ ସମସ୍ତେ କେ ବଲାଙ୍ଗ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।ପୋଲିସ କେ ବଲାଙ୍ଗ ଥାନାରେ ଏକ ମାମଲା ନମ୍ବର ୧୧୭/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଛି।ସେପଟେ ବାରମ୍ବାର ନାବାଳିକାଙ୍କ ପ୍ରତି ଘଟୁଥିବା ଅସଦାଚରଣ ମାମଲା ବଢିବା ନେଇ ସାଧାରଣ ଉଦବେଗ ପ୍ରକାଶ କରିଛନ୍ତି ।

error: Content is protected !!