ଗୁଜରାଟର ବନସକଣ୍ଠା ଜିଲ୍ଲାରୁ ମାନବ ଚାଲାଣ ଓ ଯୌନ ନିର୍ଯାତନାମାମଲାରେ ପୁଲିସ ଜଣେ ମହିଳାଙ୍କ ସ୍ୱାମୀଙ୍କ ସମେତ ସାତ ଜଣଙ୍କୁ ଗିରଫ କରିଛି। ୨୬ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ୱାମୀ ନିକେଶଭାଇ ବନଲାଲଭାଇ ପଟେଲ ୫୦,୦୦୦ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।
ବନସକଣ୍ଠା ପୁଲିସର କହିବା ଅନୁଯାୟୀ, ପଟେଲ ପ୍ରଥମେ ମେ ୧୧ରେ ତାଙ୍କ ସ୍ତ୍ରୀ ନିଖୋଜ ଥିବା ନେଇ ଅଭିଯୋଗ ଦାଖଲ କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା।
ତେବେ ଅଭିଯୋଗ କରିବାର ଦୁଇ ଦିନ ମଧ୍ୟରେ ପଟେଲ ନିଜେ ନିଖୋଜ ହୋଇଯିବା ପରେ ତଦନ୍ତ ଭିନ୍ନ ମୋଡ଼ ନେଇଥିଲା। ତାଙ୍କ ବାପା ପାଲନପୁର ପୂର୍ବ ପୁଲିସ ଷ୍ଟେସନରେ ତାଙ୍କ ପୁଅ ନିଖୋଜ ଥିବା ନେଇ ରିପୋର୍ଟ ଦାଖଲ କରିଥିଲେ।
ଇନ୍ସପେକ୍ଟର ଜେନେରାଲ୍ ଅକ୍ଷୟରାଜ ମକୱାନାଙ୍କ ସମେତ ବନସକଣ୍ଠା ପୁଲିସର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ତଦନ୍ତ ପରେ ଅଭିଯୁକ୍ତ ଧରାପଡ଼ିଥିଲା। ପୁଲିସ ପଚରାଉଚରା ସମୟରେ ଅଭିଯୁକ୍ତ ସ୍ୱାମୀ ସ୍ୱୀକାର କରିଛି ଯେ, ସେ ପତ୍ନୀଙ୍କୁ ପସନ୍ଦ କରୁ ନ ଥିବାରୁ ତାଙ୍କୁ ବିକ୍ରି କରିବାକୁ ଚାହୁଥିଲେ।
ଆହୁରି ପଢ଼ନ୍ତୁ: Husband Kills Wife: କାଠ ଫାଳିଆରେ ପିଟିପିଟି ପତ୍ନୀଙ୍କୁ ମାରିଦେଲା ନୃଶଂସ ସ୍ବାମୀ
ପୁଲିସ କହିଛି ଯେ ପଟେଲ ତାଙ୍କ ସହଯୋଗୀ ସଞ୍ଜୟ ଠାକୁର, ଅଶୋକ ଠାକୁର ଓ ସଚିନ ଦରବାରଙ୍କ ସହ ମିଶି ମହିଳାଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାରେ ବିକ୍ରି କରିଥିଲେ। ବୈଷୟିକ ତଦାରଖ ଏବଂ ମାନବ ଗୁଇନ୍ଦା ସୂଚନା ଆଧାରରେ ପୁଲିସ ସଫଳତାର ସହ ମହିଳାଙ୍କୁ ଖୋଜିବା ସହ ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ଚାଲାଣ ପରେ ତାଙ୍କୁ ବନ୍ଦୀ କରି ବାରମ୍ବାର ଯୌନ ନିର୍ଯାତନା ଦିଆଯାଇଥିଲା ଏବଂ ତାଙ୍କ ଅଳଙ୍କାର ଛଡ଼ାଇ ନିଆଯାଇଥିଲା। ତାଙ୍କ ବୟାନ ପରେ ପୁଲିସ ମାନବ ଚାଲାଣ, ଠକେଇ, ଆପରାଧିକ ଷଡ୍ଯନ୍ତ୍ର ଓ ଅନ୍ୟାନ୍ୟ ଧାରା ଅନୁଯାୟୀ ମାମଲା ରୁଜୁ କରିଛି।

More Stories
ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ |
ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି
ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ