May 27, 2026

Now Odisha

Now Odisha

ଦେଖନ୍ତୁ ବିଜେଡି ଅବସ୍ଥା କଣ ହେଉଛି: ଦେବାଶିଷ ସାମନ୍ତରାୟ

Spread the love

ଦେଖନ୍ତୁ ବିଜେଡି ଅବସ୍ଥା କ’ଣ ହେଉଛି କହିଲେ ଦେବାଶିଷ ସାମନ୍ତରାୟ। ବିଜେପିରେ ସାମିଲ ହୋଇ ଭୁବନେଶ୍ବର ଫେରି ଏପରି କହିଲେ ଦେବାଶିଷ। ବାହାଦୁରୀ ମାରୁନି, ମହାପ୍ରଭୁ ଆଶୀର୍ବାଦ କଲେ ପୁଣି ରାଜ୍ୟସଭା ଯିବି।ମୁଁ ବିଜେପିରେ ଯୋଗଦେଲା ପରେ ଆଗକୁ ଓଡ଼ିଶାରେ ବିଜେଡିର କ’ଣ ଅବସ୍ଥା ହେବ ଦେଖିବେ । ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ହେଲେ ରାଜ୍ୟସଭା ଯିବି ବୋଲି କହିଛନ୍ତି ଦେବାଶିଷ ।

ରାଜ୍ୟସଭା ଆସନ ଖାଲି ହେବାର ୪୮ ଘଣ୍ଟା ଭିତରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଜୁନ୍ ୧୮ ତାରିଖରେ ଭୋଟ୍ ହେବା ନେଇ ଭାରତ ନିର୍ବାଚନ ଆୟୋଗ ଉପନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ଜୁନ୍ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜୁନ୍ ୮ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ ଜୁନ୍ ୯ରେ ଯାଞ୍ଚ ପ୍ରକ୍ରିୟା ହେବ । ଜୁନ୍ ୧୧ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ତେବେ ଜୁନ୍ ୨୦ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ସମାପ୍ତ କରାଯିବ ବୋଲି ଆୟୋଗ ସୂଚନା ଦେଇଛନ୍ତି ।

ସେପଟେ ପୁଣି ଥରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଚର୍ଚ୍ଚାରେ ଖୋରାକ ଯୋଗାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସୁଜିତ କୁମାର, ମମତା ମହନ୍ତ ଇସ୍ତଫା ଦେଇ ଆସିଥିଲେ, ପୁଣି ରାଜ୍ୟସଭା ଗଲେ । ଯିଏ ଇସ୍ତଫା ଦେଇ ଆସିଛନ୍ତି ତାଙ୍କର ବି ସମ୍ଭାବନା ରହିଛି କିନ୍ତୁ ଏନେଇ ଦଳ ବିଚାର କରିବ । ସେପଟେ ରାଜ୍ୟସଭା ନେବା ପାଇଁ ସର୍ତ୍ତରେ ବିଜେପି ଦେବାଶିଷଙ୍କୁ ନେଇଛି ବୋଲି ବିଜେଡି ବିଧାୟକ କହିଛନ୍ତି ।

error: Content is protected !!