ଆଜି ଅପରାହ୍ନରେ ଭୁବନେଶ୍ବରରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇଛି।ଯାହା ଫଳରେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଜଧାନୀର ବ୍ୟସ୍ତବହୁଳ ଜୟଦେବ ବିହାର ଛକରେ ରାସ୍ତା ଉପରେ ଗଛ ପଡ଼ିବା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଗାଡ଼ିଗୁଡିକ ପାସ୍ ନ କରିପାରିବା କାରଣରୁ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଗଛ ପଡି ଗାଡ଼ି କ୍ଷତିଗ୍ରସ୍ତ ହେବା ସହ କାର୍ ଉପରେ ହୋଡିଂ ଭାଙ୍ଗି ପଡ଼ିଯାଇଛି। ଗଛ କାଟି ରାସ୍ତା ସଫା କାମରେ ପ୍ରାୟ ୧୫ ଅଗ୍ନିଶମ ଟିମ୍ ସାମିଲ ହୋଇଛନ୍ତି।
ଏପରିକି ମାତ୍ର କେଇ ମିନିଟର ବର୍ଷା ପବନରେ ଛାରଖାର ହୋଇଯାଇଛି ଜନତା ମଇଦାନ। ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ପାଇଁ ନିର୍ମିତ ଟେଣ୍ଟ ଭାଙ୍ଗି ପଡ଼ିଛି। ପ୍ରାୟ ୨୫୦ଟି ଷ୍ଟଲ୍ ବର୍ଷା ପବନରେ ମାଟିରେ ମିଶିଯାଇଛି। ତେଣୁ ଅନ୍ତର୍ଜାତୀୟସ୍ତରରୁ ଆସିଥିବା ବ୍ୟବସାୟୀଙ୍କୁ ବହୁ କ୍ଷୟକ୍ଷତିର ସାମନା କରିବାକୁ ପଡ଼ିଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ବର୍ଷା ପବନରେ ନଷ୍ଟ ହୋଇଯାଇଛି।

More Stories
ପୁରୁଷୋତ୍ତମପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ଅପରାଧୀ, ଗ୍ୟାଙ୍ଗକୁ ଠାବ କରିବା ଲାଗି ପୋଲିସ…
ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ
ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ |