ଗଂଜାମ ଜିଲ୍ଲା ଆସିକା ବ୍ଳକ ଆସିକା ଥାନା ଇଲାକାରେ ଶୁକ୍ରବାର ଅପରାହ୍ନରେ କିଛି ଅସାମାଜିକ ବ୍ୟକ୍ତି ବାଇକ୍ର ନମ୍ବର ବଦଳାଇ ବୁଲୁଥିବା ଖବର ପାଇ ଏସ୍ଆଇ କୈଳାସ ସାହୁଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଠେଙ୍ଗାପଲ୍ଲୀ ନିକଟ ଏରୋଗୋଲା ବସ୍ତି ଓ ଗଣ୍ଡପଲ୍ଲୀ ନିକଟ ଏରୋଗୋଲା ବସ୍ତିରେ ଚଢ଼ାଉ କରି ୧୨ଟି ବାଇକ ଜବତ କରିଛି।
ଏହି ଘଟଣାରେ ପୁଲିସ ଏ ସନ୍ତୋଷ ଡି ଚିନା ଏବଂ ପି ଅଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଏହି ଅନ୍ତ ରାଜ୍ୟ ବାଇକ ଚୋରି କରୁଥିବା ଦଳ ଭରତପୁର, ବୈଦ୍ୟନାଥପୁର ଖୋର୍ଦ୍ଧା ଇଲାକରୁ ଚୋରି କରିଛନ୍ତି। ଏରୋଗଲା ସମ୍ପ୍ରଦାୟର ଏହି ଅଭିଯୁକ୍ତମାନେ ଦ୍ରୁତଗତିରେ ଯାଉଥିବା ବାଇକ ଚୋରି କରି ସେହି ବାଇକକୁ ବ୍ୟବହାର ଡ଼ିକି ଭାଙ୍ଗି ଟଙ୍କା ଲୁଟିବା ଲୋକଙ୍କ ବେକ ହାତରୁ ଟଙ୍କା ବ୍ୟାଗ ସୁନା ଅଳଙ୍କାର ଲୁଟି ଫେରାର ହେବା ଅପରାଧ କରି ଫେରାର ହେଉଥିଲେ। ପୁଲିସ ଏହି ମାମଲା ସହିତ ବହୁ ଲୁଟ ଘଟଣାର ମଧ୍ୟ ତଦନ୍ତ ଆରମ୍ଭ କରିଛି। ଗିରଫ ଅଭିଯୁକ୍ତଙ୍କ ନାମରେ ଆସିକା ସମେତ ଗଞ୍ଜାମ ଜିଲ୍ଲା ଓ ଜିଲ୍ଲା ବାହାରେ ବହୁ ଥାନାରେ ଅପରାଧିକ ମାମଲା ରହିଥିବା ଓ ଏହି ମାମଲାରେ ତଦନ୍ତ କୁ ତ୍ୱରାନ୍ୱିତ କରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସର ଚଢ଼ାଉ ଜାରି ରହିଥିବା ଆସିକା ଏସ୍ଡିପିଓ ସୌରଭ ରଞ୍ଜନ ପ୍ରଧାନ କହିଛନ୍ତି। ଅତିରିକ୍ତ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ଜେନା ମାମଲାରେ ତଦନ୍ତ କରୁଛନ୍ତି। ଥାନା ଅଧିକାରୀ ସୁଧୀର କୁମାର ସାହୁ ବାଇକ ଗୁଡିକ ଶୀଘ୍ର ଚୋରି ହୋଇଥିବା ଅଭିଯୋଗ କରିଥିବା ଲୋକଙ୍କୁ ଦିଆ ଯାଇଥିବା କହିଛନ୍ତି।ପୂର୍ବରୁ ମାର୍ଚ୍ଚ ମାସରେ ଆସିକା ଥାନାରେ ୧୧ ବାଇକ ଜବତ କରାଯିବା ସହିତ ୫ ଜଣକୁ ଗିରଫ କରାଯାଇଥିଲା ଏବଂ ଆସିକା ବ୍ଳକ କୋଟିନଡ଼ା ଥାନା ଇଲାକାରେ ଜାନୁଆରିରେ ୨୨ଟି ବାଇକ ଜବତ କରିବା ସହିତ ଚାରି ଅଭିଯୁକ୍ତ ଗିରଫ ହୋଇଥିଲେ। ଆସିକା ବ୍ଳକ ଅନ୍ତର୍ଗତ ଆସିକା ଓ କୋଟିନଡ଼ା ଥାନା ଇଲାକାରେ ଏରୋଗଲା ବସ୍ତି ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ବସ୍ତି ଗୁଡିକ ରେ ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି ଠାରୁ ଆରମ୍ଭ କରି ବହୁ ସଙ୍ଘଠିତ ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଛି। ଅପରାଧୀଙ୍କ ଠିକଣା ପଲଟିଛି ଏରୋଗୋଲା ବସ୍ତି।ଏହି ବସ୍ତି ଗୁଡିକ ନଦୀ ପଠା, ତୋଟା ଆଦି ସ୍ଥାନ ରେ ବସୁଥିବା ସହିତ ବହୁ ଅପରାଧିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |