ଫିରୋଜପୁର, ୦୬/୦୬: ପଞ୍ଜାବର ଫିରୋଜପୁର ଜିଲ୍ଲାରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି।ଫିରୋଜପୁର-ଫାଜିଲକା ରାସ୍ତାର ଜାଙ୍ଗାୱାଲା ମୋର୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଜାଙ୍ଗାୱାଲା ଗାଁ ନିକଟରେ ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମହିନ୍ଦ୍ରା ପିକଅପ୍ ଗାଡ଼ିଟି ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ଏତେ ତୀବ୍ର ହୋଇଥିଲା ଯେ, ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ କେତେକ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଫିରୋଜପୁରର ସିଭିଲ୍ ହସ୍ପିଟାଲକୁ ପଠାଯାଇଥିଲା। କିଛି ଗୁରୁତର ଆହତଙ୍କୁ ପରେ ଉନ୍ନତ ଚିକିତ୍ସା ପାଇଁ ଫରିଦକୋଟକୁ ପଠାଯାଇଛି। ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୯ ରେ ପହଞ୍ଚିଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ରହିଛି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା