June 7, 2026

Now Odisha

Now Odisha

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ |

Spread the love

 କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର ପୋଲିସ ଉଦ୍ଧାର କରିଛି । ମହିଳା ଜଣକ ହଞ୍ଜରପେଣ୍ଠ ଗ୍ରାମର ଗୌରୀମଣି ପାଙ୍ଗି (୫୯) ବୋଲି ପରିଚୟ ମିଳିଛି । ମୃତଦେହ ଉଦ୍ଧାର ସ୍ଥଳ ପାଡୁଆ ଥାନା କ୍ଷେତ୍ର ଅଞ୍ଚଳର ହୋଇଥିବାରୁ ନନ୍ଦପୁର ପୋଲିସ ଥାନାଧିକାରୀ ତ୍ରିନାଥ ତୋଟା ପାଡିଆ ପାଡୁଆ ଥାନା ଅଧିକାରୀ ଟୁନା ପିଡିକାଙ୍କୁ ସୂଚନା ଦେଇ ମୃତଶରୀର ହସ୍ତାନ୍ତର କରିଛନ୍ତି ।

ପାଡୁଆ ଥାନା ଏସଆଇ ସୁରେନ୍ଦ୍ର ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ଲାଗି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଶବଗୃହରେ ସୁରକ୍ଷିତ ରଖିଛନ୍ତି । ମୃତକଙ୍କ ସ୍ୱାମୀ ସହଦେବ ପାଙ୍ଗିଙ୍କ ଏତଲା କ୍ରମେ ପାଡୁଆ ଥାନା ଅପମୃତ୍ୟୁ କେସ ନଂ ୨/୨୦୨୬ ପ୍ରକାରେ ମାମଲା ରୁଜୁ କରି ଏସଆଇ ସେଠୀ ତଦନ୍ତ କରୁଛନ୍ତି । ଏତଲା ଓ ପ୍ରାଥମିକ ତଦନ୍ତରୁ ଶୌଚ ହେବାକୁ ଆସି ମହିଳା ଜଣକ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୋମବାର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଏସଆଇ ସେଠୀ ସୂଚନା ଦେଇଛନ୍ତି ।

error: Content is protected !!