ଭୁବନେଶ୍ୱର: ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଖୋଲିବେ ରାଜ୍ୟ ସରକାର । ବନ୍ଦ ଥିବା ୭୦ଟି ମଦ ଦୋକାନ ପୁଣି ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି । ଏହାସହିତ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି ।
ବାଲେଶ୍ୱରରେ ସର୍ବାଧିକ ୧୭ ଟି, ଗଞ୍ଜାମ ରେ ୧୦ ଟି, ନୟାଗଡ ରେ ୯ ଟି, ମୟୁରଭଞ୍ଜ ରେ ୮ ଟି, କଟକରେ ୭ ଟି, ରାଉଲକେଲାରେ ୫ ଟି, କେଉଁଝରରେ ୩ ଟି, ବ୍ରହ୍ମପୁରରେ ୪ ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳ ରେ ୩ ଟି ଏବଂ ମାଲକାନଗିରି, ସମ୍ବଲପୁର ରେ ଗୋଟିଏ ଲେଖାଏଁ ବନ୍ଦ ଥିବା ମଦ ଦୋକାନ ଖୋଲିବେ ରାଜ୍ୟ ସରକାର ।
ସେହିପରି ପୁରୀରେ ୩ ଟି ଓ ଭୁବନେଶ୍ୱର ରେ ୧ଟି ନୂଆ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଭାଗ ପାଖରେ ପ୍ରସ୍ତାବ ରହିଛି । ଢେଙ୍କାନାଳରେ ୨ ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି । ଆଜି ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଥିଲେ

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!