ମେଣ୍ଟ ଚର୍ଚ୍ଚା ଭିତରେ ନବୀନଙ୍କ ବଡ଼ ବୟାନ


ମେଣ୍ଟ ଚର୍ଚ୍ଚା ଭିତରେ ନବୀନଙ୍କ ବଡ଼ ବୟାନ, କହିଲେ ରାଜନୀତି ସବୁଠାରୁ ଖବର ଜିନିଷ ଗୁଜବରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ ଆସିଛି । ଭିକେ ପାଣ୍ଡିଆନ୍‌ଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଲେ ରାଜନୀତିରେ ସବୁଠାରୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛକଥା । 5T ଅଧ୍ୟକ୍ଷଙ୍କ ସହ କଥାବାର୍ତ୍ତା ବେଳେ ନବୀନ ଦେଲେ ବଡ଼ ବୟାନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଗୁଜବ ଓ ମିଛକଥା ହେଉଛି ରାଜନୀତିର ସବୁଠୁ ଖରାପ କଥା’ । ଇନଷ୍ଟାଗ୍ରାମରେ ସାମ୍ନାକୁ ଆସିଲା ନବୀନ-ପାଣ୍ଡିଆନଙ୍କ କଥାବାର୍ତ୍ତାର ଭିଡିଓ । ଭିଡିଓରେ ଦେଖିବାକୁ ମିଳିଛି ଯେ, ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍‌ଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଭିକେ ପାଣ୍ଡିଆନ୍‌ ପଚାରିଲେ ରାଜନୀତିରେ ସବୁଠାରୁ ଖରାପ ଜିନିଷ କଣ ? ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି ଗୁଜବ ଓ ମିଛକଥା ହେଉଛି ଖରାପ ଜିନିଷ । ତେବେ ମେଣ୍ଟ ଚର୍ଚ୍ଚା ମଧ୍ୟରେ ଏହି କଥାବାର୍ତ୍ତା ପଛରେ କଣ ରହିଛି ସନ୍ଦେଶ ।ବର୍ତ୍ତମାନ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ନେଇ ସରଗରମ ରହିଛି । ବର୍ତ୍ତମାନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ନିହାତି ଭାବରେ ପ୍ରାସଙ୍ଗିକତା ରହିଛି । ଏହା ଏକ ୧୩ ସେକେଣ୍ଡର ଭିଡିଓ । ଯେଉଁଥିରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ରାଜନୀତିରେ ସବୁଠାରୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛକଥା । ଗତକାଲି ମେଣ୍ଚ ଚର୍ଚ୍ଚା ନେଇ ରାଜ୍ୟ ବିଜେପି ସଭାପତିଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଥିଲା । ସେ ମଧ୍ୟ ମେଣ୍ଟ ଚର୍ଚ୍ଚାକୁ ନେଇ କୌଣସି ଆଲୋଚନା ହୋଇନଥିବା କଥା କହିଥିଲେ ।ରାଜ୍ୟ ବିଜେପି ସଭାପତିଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟରେ ବିଜେପି ବିଜେଡି ମେଣ୍ଟ ହେଉଥିବା ଚର୍ଚ୍ଚା ଜୋର୍‌ ଧରିଥିଲା । ସେ ଦିଲ୍ଲୀରୁ ଫେରିବା କ୍ଷଣି ଏହାକୁ ନେଇ ତାଙ୍କ ପ୍ରଶ୍ନ କରାଯାଇଥିଲା । ତେବେ ସେ ଏନେଇ କୌଣସି ଚର୍ଚ୍ଚା ହୋଇନଥିବା କଥା କହିଥିଲେ । ଏହାପରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଉଭୟର ଦଳର ନେତାଙ୍କ ପକ୍ଷରୁ ଅନେକ ବୟାନ ଆସିଛି । ଫଳରେ ମେଣ୍ଟ ହେଉଛି କି ନାହିଁ ତାହାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନାହିଁ ।ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହି ଭିଡିଓ ବୟାନ କେଉଁ ଆଡ଼କୁ ଇଙ୍ଗିତ କରୁଛି ତାହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋଚନା ପଛର ରହସ୍ୟ ଉନ୍ମୋଚନ କରିବାରେ ଲାଗିଛନ୍ତି ରାଜନୀତି ବିଶାରଦ ।


error: Content is protected !!