କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର ହୋଇଛି। ମୃତଦେହ ପଚି ଯାଇଥିବା ବେଳେ ପୋକ ସାଲୁବାଲୁ ହୋଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଛି। ମୃତ ଦେହର ପରିଚୟ ଜଣାପଡ଼ିନାହିଁ। ପୋଲିସ ମାମଲା ନଂ ୧୯/୨୦୨୬ ରୁଜୁ କରିଛି। ବିଧିବଦ୍ଧ ଭାବେ ଇନ୍କ୍ୱାରୀ କାର୍ଯ୍ୟ ସମ୍ପନ୍ନ କରିବା ପରେ ମୃତଦେହକୁ ପୋଷ୍ଟମର୍ଟମ ପରୀକ୍ଷା ନିମନ୍ତେ ଫରେନ୍ସିକ୍ ମେଡିସିନ ଓ ଟକ୍ସିକୋଲୋଜି ବିଭାଗର ଡାକ୍ତରଙ୍କ ନିକଟକୁ ପ୍ରେରଣ କରାଯାଇଛି l ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୪ରୁ ୫ ଦିନ ପୂର୍ବେ ମୃତ ମହିଳା ଜଣକ ଏ ଅଞ୍ଚଳରେ ବୁଲୁଥିଲେ। ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି, ମାମଲାର ତଦନ୍ତ ଜାରି ରହିଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |