ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତରେ ଯିବେ ବୋଲି ଜଣାପଡିଛି। ଏହି ଅବସରରେ ମୋଦୀ ଅରୁଣାଚଳ ରାଜଧାନୀ ଇଟାନଗରରେ ୫୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିମଧ୍ୟରେ ୩୭୦୦ କୋଟି ଟଙ୍କାର ଦୁଇଟି ପ୍ରମୁଖ ଜଳବିଦ୍ୟୁତ୍ ପ୍ରକଳ୍ପ (୧୮୬ ଓ ୨୪୦ ମେଗାୱାଟ ଶକ୍ତି ସମ୍ପନ୍ନ) ଅନ୍ତର୍ଭୁକ୍ତ। ଏହାବ୍ୟତୀତ ତାୱାଙ୍ଗଠାରେ କନ୍ଭେନ୍ସନ୍ ସେଣ୍ଟରର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି। ୧୫୦୦ ଦର୍ଶକ ବସିବା ବ୍ୟବସ୍ଥା ଥିବା ଏହି ସେଣ୍ଟରରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତର ସମ୍ମିଳନୀ ଆୟୋଜିତ ହୋଇପାରିବ। ଏହାଦ୍ବାରା ତାୱାଙ୍ଗରେ ପର୍ଯ୍ୟଟନ ଓ ସାଂସ୍କୃତିବ କାର୍ଯ୍ୟକ୍ରମକୁ ସମର୍ଥନ ମିଳପାରିବ। ମୋଦୀ ଇଟାନଗରରେ ସାଧାରଣ ସଭାକୁ ସମ୍ବୋଧୂତ କରିବାର କାର୍ଯ୍ୟକ୍ରମ ମଧ୍ଯ ରହିଛି। ଅରୁଣାଚଳ ପରେ ମୋଦୀ ତ୍ରିପୁରା ଗସ୍ତରେ ଯିବେ। ସେଠାରେ ମୋଦୀ ‘ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର’ରେ ପୂଜାର୍ଚ୍ଚନା କରିବା ସହ ମାତାବାଡିଠାରେ ମନ୍ଦିର କମ୍ପ୍ଲେକ୍ସକୁ ଉଦ୍ଘାଟନ କରିବେ।

More Stories
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !
ଉଡ଼ାଣ ଭରିବା ସମୟରେ କ୍ରାଶ ହେଲା ହେଲିକପ୍ଟର, ୨୦ ଯବାନ ମୃତ!