ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଲାବୋରୋଟାରୀ ଟେକ୍ନିସିଆନଙ୍କ ମୃତଦେହକୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ଭଡ଼ା ଘରୁ ଜବତ କରିଛି ପୁଲିସ। ତାଙ୍କ ନାଁ କଳ୍ପନା ପାତ୍ର।ପୁରୀ ଜିଲ୍ଲାର କଳ୍ପନା ଗତ ଜାନୁଆରୀ ମାସରେ ବାହା ହୋଇଥିଲେ। ତାଙ୍କ ସ୍ୱାମୀ ମଧ୍ୟ ଚାକିରି କରନ୍ତି। ସ୍ୱାମୀ ଅନ୍ୟତ୍ର ଚାକିରି କରୁଥିବାରୁ ଦୁହେଁ ଏକାଠି ରହିପାରୁ ନଥିଲେ। କଳ୍ପନା ଗୋପାଳ ଗାଁରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ସ୍ୱାମୀ ପ୍ରାୟ ଶନିବାର-ରବିବାର ତାଙ୍କ ପାଖକୁ ଆସୁଥିଲେ।କଳ୍ପନା ବାପା ଅଭିଯୋଗ କରିଛନ୍ତି ଯେ ଜ୍ୱାଇଁ ତାଙ୍କ ଝିଅକୁ ନିର୍ଯାତନା ଦେଉଥିଲେ। ସେଥିପାଇଁ ଜ୍ୱାଇଁଙ୍କ ନାଁରେ ସେ ଥାନାରେ ଏତଲା ଦେଇଛନ୍ତି। ତାଙ୍କୁ ଜେରା କରାଗଲା କଳ୍ପନାର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।କଳ୍ପନାଙ୍କ ବାପା ଆହୁରି କହିଛନ୍ତି ଯେ ଗତକାଲି ରାତି ୯ଟା ବେଳେ ସେ ଝିଅ ସହିତ ଫୋନ୍ରେ କଥା ହୋଇଥିଲେ। କିନ୍ତୁ ଝିଅ ଅନ୍ୟଦିନଗୁଡ଼ିକ ପରି ଖୁସି ଜଣାପଡ଼ୁନଥିଲା। ବୋଧହୁଏ ଜ୍ୱାଇଁଙ୍କ ସହିତ କୌଣସି କଥାକୁ ନେଇ ତାର ଝଗଡ଼ା ହୋଇଥିଲା। ରାତି ୧୧ଟା ବେଳେ ପୁଣି ଥରେ ଫୋନ୍ କଲା ବେଳକୁ ସେ ଆଉ ଉଠାଇ ନଥିଲା। ପରେ ଜଣେ ଆଶା ଦିଦି ଫୋନ୍ କରି କଳ୍ପନାର ମୃତ୍ୟୁ ହୋଇଯାଇଛି ବୋଲି କହିଥିଲେ।ବାଲେଶ୍ୱର ଟାଉନ ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି। - Now Odisha
Skip to content
Post Views: 12
error: Content is protected !!
More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |