July 14, 2026

Now Odisha

Now Odisha

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

Spread the love

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ ଦର ବୃଦ୍ଧି ପାଇଛି। ଏଥିସହିତ ବିଶ୍ୱ ଶେୟାର ବଜାରରେ ମଧ୍ୟ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି। ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ସୋମବାର ପ୍ରଥମ ଭାଗରେ ପାଖାପାଖି ୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପ୍ରତି ଦର ୭୯.୪୦ ଡଲାର ହୋଇଛି। ସୋମବାର ସକାଳେ ୟୁରୋପରେ ଅଶୋଧିତ ତୈଳ ଦର ୨.୩ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପ୍ରତି ଦର ୭୭.୭୨ ଡଲାର ରହିଥିଲା। ଆମେରିକାର ଅଶୋଧିତ ତୈଳ ମୂଲ୍ୟ ୨.୧ ପ୍ରତିଶତ ବଢ଼ି ବ୍ୟାରେଲ୍‌ ପ୍ରତି ୭୨.୯୨ ଡଲାରରେ ପହଞ୍ଚତ୍ଛି। ଯୁଦ୍ଧ ବନ୍ଦ କରିବା ଏବଂ ହର୍ମୁଜ ଜଳପଥ ଦେଇ ଜାହାଜ ଚଳାଚଳ ପୁନର୍ବାର ଆରମ୍ଭ କରିବା ପାଇଁ କିଛିଦିନ ପୂର୍ବରୁ ଆମେରିକା ଓ ଇରାନ ମଧ୍ୟରେ ଅନ୍ତରୀଣ ବୁଝାମଣାପତ୍ର ସ୍ବାକ୍ଷର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଉଭୟ କ୍ରୁଡ୍‌ ଅଏଲ୍‌ ମୂଲ୍ୟ ଯୁଦ୍ଧ ପୂର୍ବ ସ୍ଥିତିକୁ ହ୍ରାସ ପାଇଥିଲା। ତେବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଏକ କଣ୍ଟେନର ଜାହାଜ ଉପରେ ଇରାନର ଆକ୍ରମଣ ଜବାବରେ ଆମେରିକା ତେହରାନ୍‌ ଉପରେ ଜୋର୍‌ଦାର ଆକ୍ରମଣ କରିଥିଲା। ଏହାର ଜବାବରେ ତେହରାନ୍‌ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକକୁ ଟାର୍ଗେଟ କରିଥିଲା।
ସୋମବାର କାରବାର ଆରମ୍ଭରେ ଜର୍ମାନୀର ଡିଏକ୍ସ ୦.୨ ପ୍ରତିଶତ ବଢ଼ି ୨୫,୧୦୫.୫୫ ଏବଂ ପ୍ୟାରିସ୍‌ରେ ସିଏସି୪୦ ସାମାନ୍ୟ ବୃଦ୍ଧି ପାଇ ୮,୮୪୭.୨୬ ପଏଣ୍ଟ ରହିଥିବାବେଳେ ବ୍ରିଟେନ୍‌ର ଏଫ୍‌ଟିଏସ୍‌ଇ୧୦୦ ମଧ୍ୟ ୦.୧ ପ୍ରତିଶତ ବଢ଼ି ୧୦,୫୦୬.୮୬ ରହିଥିଲା। ଅନ୍ୟପକ୍ଷରେ ଆମେରିକାର ଏସ୍‌ ଆଣ୍ଡ୍‌ ପି ୫୦୦ ପ୍ରାୟ ୦.୩ ପ୍ରତିଶତ ହ୍ରାସ ପାଇଥିବାବେଳେ ଡୋ ଅପରିବର୍ତ୍ତିତ ରହିଛି। ନାସଡାକ୍‌ କମ୍ପୋଜିଟ୍‌ ଫିଉଚର ୦.୯ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଏସୀୟ ଶେୟାର କାରବାର ମଧ୍ୟ ହ୍ରାସ ପାଇଛି। ଟୋକିଓର ନିକ୍କେଇ ୨୨୫ ଇଣ୍ଡେକ୍ସ ୧.୯ ପ୍ରତିଶତ ହ୍ରାସ ପାଇ ୬୭,୨୪୨.୭୩ରେ ପହଞ୍ଚତ୍ଥିବାବେଳେ ସିଓଲରେ କୋସ୍ପି ୯ ପ୍ରତିଶତ ହ୍ରାସ ପାଇ ୬,୮୦୬.୯୩ ରହିଛି। ହଂକଂର ହାଙ୍ଗ୍‌ସେଙ୍ଗ ୦.୨ ପ୍ରତିଶତ ବଢ଼ି ୨୪,୨୧୨.୩୬ ରହିଥିବାବେଳେ ସାଂଘାଇ କମ୍ପୋଜିଟ୍‌ ଇଣ୍ଡେକ୍ସ ୨.୧ ପ୍ରତିଶତ ହ୍ରାସ ପାଇ ୩,୯୧୩.୭୯ ରହିଛି।

error: Content is protected !!