July 14, 2026

Now Odisha

Now Odisha

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

Spread the love

ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି। ହାତୀଟି ଗାଁ ନିକଟରେ ବୁଲୁଥିବା ଖବର ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିଲା।
ସୂଚନା ଅନୁସାରେ, ଅଞ୍ଚଳରେ ଏକ ହାତୀପଲ ବିଚରଣ କରୁଥିବାବେଳେ ସେଥିରୁ ଗୋଟିଏ ହାତୀ ଅଲଗା ହୋଇ ପାତଲମ୍ବା ଗାଁ ଆଡ଼କୁ ଚାଲି ଆସିଥିଲା। ହଠାତ୍‌ ହାତୀକୁ ଗାଁ ଭିତରେ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। କେହି ନିଜ ଘରର ଛାତ ଉପରକୁ ଚଢ଼ି ଯାଇଥିବା ବେଳେ, ଆଉ କେହି ଘରର ତାଟି ଓ କବାଟ ବନ୍ଦ କରି ନିଜ ପରିବାର ସହ ସୁରକ୍ଷିତ ରହିବାକୁ ଚେଷ୍ଟା କରିଥିଲେ। ଖବର ପାଇ ବନ ବିଭାଗର ଫରେଷ୍ଟର ଭଗବାନ ସାରାକା ଓ ତାଙ୍କ ସହକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଆକଳନ କରିଥିଲେ। ବନ କର୍ମଚାରୀମାନଙ୍କ ପ୍ରୟାସରେ ହାତୀଟିକୁ ଜନବସତିରୁ ଦୂରେଇ ଜଙ୍ଗଲ ମୁହାଁ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ପାତଲମ୍ବା ସମେତ ଆଖପାଖ ଗାଁରେ ହାତୀ ଆତଙ୍କ ଜାରି ରହିଛି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ ରହିବା, ରାତିରେ ଏକାକୀ ବାହାରକୁ ନଯିବା ଏବଂ ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ପାଇଁ ପରାମର୍ଶ ଦିଆଯାଇଛି।

error: Content is protected !!