କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମଙ୍ଗଳବାର ଏକ ପ୍ରେସମିଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସ୍ବତନ୍ତ୍ର SOP ଜାରି କରିଛନ୍ତି । ଆର୍ଥିକ ଅନଗ୍ରସର ଯେପରି ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଗୁଣାତ୍ମକ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ତେବେ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରେ
ପ୍ରଫେସନାଲ କୋର୍ସକୁ ବାଦ ଦିଆଯାଇଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,ଏବର୍ଷ ରିଆଡମିଶନ SAMS ମାଧ୍ୟମରେ ହେବ। ଯେଉଁ ପିଲା ଆଡମିଶନ ବେଳେ ଟଙ୍କା ଦେଇଛନ୍ତି ଫେରସ୍ତ ପାଇବେ। କୌଣସି ଶିକ୍ଷାନୁଷ୍ଠାନ ମନଇଚ୍ଛା ଫି’ ବୃଦ୍ଧି କରିପାରିବେନି।
ସୂଚନାଯୋଗ୍ୟ, ନୂଆ SOPରେ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରେ ଥିବା ସର୍ତ୍ତାବଳୀଗୁଡିକ ଉଲ୍ଲେଖ କରାଯାଇଛି। କେଉଁମାନେ ଏହି ସୁବିଧା ପାଇବେ, କିପରି ଆବେଦନ କରିବେ ଏବଂ କେଉଁ ସଂସ୍ଥା ଏହାର କାର୍ଯ୍ୟକାରିତା ଉପରେ ନଜର ରଖିବ ସେସବୁ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

More Stories
ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ |
ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି
ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ