ଖୋର୍ଦ୍ଧା, ଭୁବନେଶ୍ବର, କଟକ, ପୁରୀ ପାଇଁ ୟେଲୋ ୱାର୍ନିଂ ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ଏକାଧିକ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦିଆଯାଇଛି । ଏହା ସହିତ ସତର୍କ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଯଦି ଦେଖିବା ମଙ୍ଗଳବାର ସକାଳୁ ସକାଳୁ ରାଜଧାନୀରେ କଳାହାଣ୍ଡିଆ ମେଘ ସହିତ ବର୍ଷା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ପାଣିପାଗ ବିଭାଗ ଆସନ୍ତା ଦୁଇ ଘଣ୍ଟା ପାଇଁ ସତର୍କ ସୂଚନା ଜାରି କରିଛି । ୨୦ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଏବଂ ରାୟଗଡ଼ା ଜିଲାକୁ ପ୍ରବଳ ବର୍ଷା ନେଇ ଓ୍ବାର୍ନିଂ ଦିଆଯାଇଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍