ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଫକୀରପୁର–ସିଙ୍ଗଡୋଭ ସୀମାନ୍ତ ଅଞ୍ଚଳରେ ପୁଣି ଏକ ହାତୀର ଗତିବିଧି ଦେଖାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆନନ୍ଦପୁର ବନଖଣ୍ଡର ଡିଏଫଓ ପ୍ରଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ହାତୀର ଉପସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଲୋକମାନଙ୍କୁ ସତର୍କ ରହିବା ସହ ବିଶେଷ କରି ରାତି ସମୟରେ ଏକାକୀ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ହାତୀ ନିକଟକୁ ନଯିବା ଏବଂ କୌଣସି ପରିସ୍ଥିତିରେ ବି ହାତୀକୁ ଉତ୍ତ୍ୟକ୍ତ ନକରିବାକୁ ବନ ଅଧିକାରୀ ନିବେଦନ କରିଛନ୍ତି। ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍