July 20, 2026

Now Odisha

Now Odisha

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

Spread the love

ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାପାଳ ଦିଲିପ ରାଉତରାଏ ଗତ ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ପାଇଁ ଜିଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛୁଟି ଘୋଷଣା କରିଥିଲେ। ତେବେ ଶନିବାର ବିଦ୍ୟାଳୟ ଖୋଲିବା ପରେ ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ଇଛଦା ସ୍ଥିତ ତପନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାପୀଠରେ ଏକ ଗମ୍ଭୀର ପରିସ୍ଥିତି ଦେଖିବାକୁ ମିଳିଛି।

ପ୍ରବଳ ବର୍ଷା ଯୋଗୁ ସମ୍ପୂର୍ଣ୍ଣ ବିଦ୍ୟାଳୟ ପରିସର ଜଳମଗ୍ନ ହୋଇଯାଇଥିବା ବେଳେ କାର୍ଯ୍ୟାଳୟ ଓ ଶ୍ରେଣୀ ଗୃହ ଭିତରକୁ ପାଣି ପଶିଯାଇଛି। ଫଳରେ ପଢ଼ାଶୁଣା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶ୍ରେଣୀ ଗୃହ ବାହାରେ ବୁଲୁଥିବାର ଦେଖାଯାଇଛି। ଏହି ଜଳବନ୍ଦୀ ଅବସ୍ଥା ମଧ୍ୟରେ ବିଦ୍ୟାଳୟ ଭିତରକୁ ଏକ ବଡ଼ ବିଷଧର ସାପ ପଶିଯିବା ଫଳରେ କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଅନେକ ବିଦ୍ୟାର୍ଥୀ ଭୟରେ କ୍ଲାସରୁମ୍ ଛାଡ଼ି ବାହାରକୁ ପଳାଇ ଆସିଥିଲେ।

error: Content is protected !!