July 18, 2026

Now Odisha

Now Odisha

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

Spread the love

କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର (ବ୍ରଡ ସ୍ପେଶିଆଲିଟି-ପାଥୋଲୋଜି)ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସମଗ୍ର ଜିଲାରେ ଆନନ୍ଦର ଲହରି ଖେଳିଯାଇଛି। ଓଡ଼ିଶା ଜନସେବା ଆୟୋଗ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କ ସୁପାରିସ ତାଲିକା ପ୍ରକାଶ ପାଇଛି। ବିଜ୍ଞାପନ ସଂଖ୍ୟା ୩/୨୦୨୫-୨୬ ଅନୁଯାୟୀ, ଆୟୋଗଙ୍କ ଦ୍ୱାରା ମୋଟ୍‌ ୧୨ ଜଣ ପରୀକ୍ଷାରେ ଭାଗ ନେଇଥିଲେ। (ସେଥିମଧ୍ୟରୁ ୮ ଜଣ ମହିଳା) ପ୍ରାର୍ଥୀଙ୍କ ନାମ ସରକାରଙ୍କ ନିକଟକୁ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି। ଏହି ସଫଳ ପ୍ରାର୍ଥୀଙ୍କ ମଧ୍ୟରେ କଳାହାଣ୍ଡି ଜିଲା କେସିଙ୍ଗା ସହରର ଗୌନ୍ତିଆ ପଦାର ଡ. ହେମସାଗର ସାହା ଓ ଯାଜ୍ଞସେନୀ ସାହାଙ୍କ ସାନ ଝିଅ ଡା.ଅନିନ୍ଦିତା ଆସିଷ୍ଟାଣ୍ଟ ପ୍ରଫେସର (ପାଥୋଲୋଜି) ଭାବେ ମନୋନୀତ ହୋଇ ନିଜ ଅଞ୍ଚଳ ତଥା ପରିବାର ପାଇଁ ଗୌରବ ଆଣିଦେଇଛନ୍ତି।

ପ୍ରକାଶିତ ଚିଠି ଅନୁସାରେ, ମୋଟ ୨୯ଟି ପଦବୀ ଖାଲି ଥିବା ବେଳେ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ଯୋଗୁ କେବଳ ୧୨ ଜଣଙ୍କୁ ସୁପାରିସ କରାଯାଇଛି। ବିଶେଷ କରି ଏସ୍‌ସି ବର୍ଗରେ ମାତ୍ର ଜଣେ ଏବଂ ଏସ୍‌ଟି ବର୍ଗରେ କୌଣସି ଯୋଗ୍ୟ ପ୍ରାର୍ଥୀ ମିଳିନାହାନ୍ତି। ଏହି ମନୋନୀତ ପ୍ରାର୍ଥୀମାନଙ୍କର ପ୍ରମାଣପତ୍ର ଯାଞ୍ଚ ପରେ ସରକାରଙ୍କ ଦ୍ୱାରା ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଡା.ଅନିନ୍ଦିତାଙ୍କ ବାପା ଡା. ହେମସାଗର ସାହାଙ୍କୁ ପଚାରିବାରୁ ଆମେ ପରିବାରବର୍ଗ ସମସ୍ତେ ଖୁସି ଅଛୁ ବୋଲି ପ୍ରକାଶ କରିଛନ୍ତି।

error: Content is protected !!