ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି


ସୂଚନା ଅନୁସାରେ , ଏମାନଙ୍କ ବ୍ୟତୀତ ପାଣ୍ଡିଆନଙ୍କ ପାଇଁ ଜଣେ ପର୍ସନାଲ୍ ସିକ୍ୟୁରିଟି ଅଫିସର୍ ମଧ୍ୟ ନିଯୁକ୍ତ କରାଯାଇଛି। ତେବେ କେଉଁ ଆଧାରରେ ରାଜକୋଷର ଅପବ୍ୟୟ କରି ଏତେ ସଂଖ୍ୟକ ପୋଲିସ ଅଧିକାରୀଙ୍କୁ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି , ତାହା ପ୍ରଶ୍ନ ଉଠାଇବା ସହ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ବା ଓସା। ଏଥିପାଇଁ ବିଗତ ୫ ବର୍ଷ ହେଲା ବାର୍ଷିକ ହାରାହାରି ୩ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଓସା ଆବାହକ ପ୍ରକାଶ ଦାସ।


error: Content is protected !!