ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ପାଣି ଛଡା ଯାଇଛି । ଏହାଦ୍ବାରା ପୁରୁଷୋତ୍ତମପୁର ଓ ଗଞ୍ଜାମ ବ୍ଲକ ଅଂଚଳରେ ରହିଥିବା ଶସ୍ୟକ୍ଷେତ୍ରରେ ଜଳ ଯୋଗାଣ ହୋଇପାରିବ ।
ଏହି ଜଳ ଯୋଗାଣର ଶୁଭ ଉଦ୍ଘାଟନ ସମୟରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ହନୁମାନପଲ୍ଲୀ ଅଞ୍ଚଳରେ ରହିଥିବା ବ୍ୟାରେଜରୁ ଗେଟ ଖୋଲାଯାଇଥିଲା । ହୀରାଧାର ବାଟି ଜଳ ସେଚନ ପ୍ରକଳ୍ପର ସାହାକାରୀ ନିର୍ବାହୀ ଯନ୍ତ୍ରୀ ସଦାଶିବ ପାତ୍ର, ସହକାରୀ ଯନ୍ତ୍ରୀ ରବିନ୍ଦ୍ର ନାଥ ନାହାକ, କନିଷ୍ଠ ଯନ୍ତ୍ରୀ ସାଗର କୁମାର ଦାଶ, ମହାବୀର ହନୁମାନ ପାଣି ପଞ୍ଚାୟତର ସଭାପତି ରଘୁନାଥ ସାହୁ, ସୁବର୍ଣ୍ଣ ପାଣି ପଞ୍ଚାୟତର ସଭାପତି ଏ. ସୂର୍ଯ୍ୟ ନାରାୟଣ ପ୍ରଧାନ, କିଶାନ ପାଣି ପଞ୍ଚାୟତ ସଭାପତି ଭାଲୁ ତ୍ରିପାଠୀ, ତପସ୍ୱିନୀ ପାଣି, ଏକ ନମ୍ବର ପାଣି ପଞ୍ଚାୟତ ସଭାପତି ସୋମନାଥ ସାହୁ, କାଞ୍ଜଚେନେଶ୍ଵର ପାଣି ପଞ୍ଚାୟତ ସଭାପତି ଚରଣ ତାରାଇ, ରାମଚଣ୍ଡୀ ପାଣି ପଞ୍ଚାୟତ ସଭାପତି ଭୁବନି ରେଡି ପ୍ରମୁଖ ବିଭାଗୀୟ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ପାଣି ପଞ୍ଚାୟତ କାର୍ଯ୍ୟକତ୍ତା ଉପସ୍ଥିତିରେ ଉପସ୍ଥିତରେ ଜଳ ଛାଡା ଯାଇଥିଲା । ଯାହାକୁ ନେଇ ଚାଷୀ ସମୂହ ଖୁସି ଜାହିର କରିଛନ୍ତି ।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍