ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ବିଜେଡିରେ ଥିଲି, ଅଛି ଏବଂ ଆଗକୁ ମଧ୍ୟ ରହିବି ବୋଲି ସ୍ପଷ୍ଟ କରିଛନ୍ତି ।
ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଇସାରା ପରେ ବିକ୍ରମ ବିଜେଡି ଛାଡି ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ବଢ଼ିଥିଲା । ବିକ୍ରମ ଆରୁଖ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାଜପାରେ ଯୋଗ ଦେବା ଗୁଜବ ଓ ଅସତ୍ୟ । ମୁଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ମୁଁ ବିଜେଡିରେ ଥିଲି, ଅଛି ଓ ରହିବି । ମୁଁ ଏବେ ବିଜେଡିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଛି । ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ଆନ୍ତରିକତା ସହ କାମ କରିଛି । ବ୍ୟକ୍ତିଗତ ଅସୁବିଧା ଯୋଗୁଁ କିଛି ବୈଠକରେ ଯୋଗ ଦେଇପାରିନାହିଁ । ଏହାକୁ ନେଇ ଯଦି ଆଲୋଚନା ହୁଏ, ମୁଁ ଅନ୍ୟ ଦଳକୁ ଯିବି, ତାହା ଅମୂଳକ ।”

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍