ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀଙ୍କ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲ ସହ ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତିତ୍ୱ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ପ୍ରସିଦ୍ଧ ଗାୟକ ଅରିଜିତ ସିଂହ ମଙ୍ଗଳବାର ନିଜ ଏକ୍ସ (ପୂର୍ବତନ ଟ୍ୱିଟର) ଆକାଉଣ୍ଟରେ ଏକ ପୋଷ୍ଟ କରି ଛାତ୍ରଙ୍କ ବିରୋଧରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ଏବେ ଛାତ୍ରମାନଙ୍କୁ ମଧ୍ୟ ପିଟୁଛନ୍ତି। ଆପଣମାନଙ୍କୁ ଲଜ୍ଜା ଲାଗୁନାହିଁ କି? ନେତା ଓ ମନ୍ତ୍ରୀମାନେ, କ’ଣ ଚାଲିଛି? ନିଜକୁ ଭଗବାନ ବୋଲି ଭାବୁଛନ୍ତି କି? ସବୁକିଛି ମନେ ରହିବ। ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ।”
ଅନ୍ୟ ଏକ ପୋଷ୍ଟରେ ଅରିଜିତ କହିଛନ୍ତି, “ୟୁନିଫର୍ମ ପିନ୍ଧିଥିବା କିଛି ଲୋକଙ୍କ ଭିଡିଓ ଦେଖୁଛି, ଯେଉଁମାନେ ଗୁଣ୍ଡାଙ୍କ ପରି ବ୍ୟବହାର କରୁଛନ୍ତି।” ତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଦ୍ରୁତ ଭାବେ ଭାଇରାଲ ହୋଇଛି।

More Stories
ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…
ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍